ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ଘରେ ପୋଲିସ ରେଡ଼୍

ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ଘରେ ପୋଲିସ ରେଡ଼୍

ଆତ୍ମ ଘୋଷିତ ଗୁରୁଜୀ ବୋଲାଉଥିବା ମାନବବାଦ ସଂଗଠନର ମୁଖ୍ୟ ମାନସଦାସଙ୍କ ଭୁବନେଶ୍ୱର ସ୍ଥିତ ଘରେ ରେଡ୍ ସହ ଯାଞ୍ଚ କରୁଛି ଖୋର୍ଦ୍ଧା ପୋଲିସ୍ । ଏନେଇ ସୁଚନା ଦେଇଛନ୍ତି ଖୋର୍ଦ୍ଧା ଏସଡ଼ିପିଓ ସୁଶିଲ ମିଶ୍ର । ଦୀର୍ଘ ଦିନରୁ ଚାଲି ଆସୁଥିବା ଏହି ମାନବବାଦ ସଂଗଠନ ରେଜିଷ୍ଟ୍ରେସନ୍ ହୋଇଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରୁଛି ଏସଡ଼ିପିଓ । ଏହା ସହିତ ଅର୍ଥନୌତିକ କାରବାର ଉପରେ ମଧ୍ୟ ତଦାରଖ ଚାଲିଛି ।ତାଙ୍କ ଘରୁ କିଛି ଫଟୋ,ବ୍ୟାନର ମଧ୍ୟ ପୋଲିସ ଜବତ କରିଥିବାର ଜଣା ପଡ଼ିଛି । ସୁଚନା ଅନୁସାରେ ସତ୍ୟବ୍ରତ ନାୟକ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ମାନସ ଦାସ । ଅପହରଣ ,ହତ୍ୟା ,ପ୍ରମାଣ ନଷ୍ଟ, ଆଦି ଦଫା ତାଙ୍କ ବିରୋଧରେ ଲାଗିଛି । ଏହି ମାମଲାରେ ତାଙ୍କ ପୁଅକୁ ମଧ୍ୟ ଗିରଫ କରିଛି ପୋଲିସ୍ । ତାଙ୍କ ବିରୋଧରେ ଖୋର୍ଦ୍ଧାରୁ ମଧ୍ୟ ଜଣେ ଯୁବକ ଅଭିଯୋଗ କରିଥିଲେ।