୨ମାସ ପରେ ଜାମିନରେ ଆସିଲେ ରାଜ୍ କୁନ୍ଦ୍ରା

୨ମାସ ପରେ ଜାମିନରେ ଆସିଲେ ରାଜ୍ କୁନ୍ଦ୍ରା

ଅଶ୍ଳୀଳ ଫିଲ୍ମ ତିଆରି କରିବା ଅଭିଯୋଗରେ ବଲିଉଡ୍ ଅଭିନେତ୍ରୀ ଶିଲ୍ପା ସେଠୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କୁ ୨ ମାସ ତଳେ ମୁମ୍ବାଇ ପୋଲିସ୍ ଗିରଫ କରିଥିବା ବେଳେ ଆଜି ମିଳିଛି ଜାମିନ। ଏହି ମାମଲାରେ ଗତ ଗୁରୁବାର ଦିନ ମୁମ୍ବାଇ ପୋଲିସ୍ ପକ୍ଷରୁ ୧୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଥିବା ବେଳେ ଏହି ଚାର୍ଜସିଟ୍ କୁ ଭିତ୍ତିହୀନ ଦର୍ଶାଇ ରାଜ୍ ଜାମିନ୍ ଆବେଦନ କରିଥିଲେ ।ଆଜି ମୁମ୍ବାଇ ହାଇକୋର୍ଟରେ ଏହାର ଶୁଣାଣି କରାଯାଇ ରାଜ୍ କୁନ୍ଦ୍ରାଙ୍କ ଜାମିନ୍ ମଞ୍ଜୁର କରାଯାଇଛି । ଦୀର୍ଘ ୨ ମାସ ପରେ ପରେ ରାଜ୍ କୁନ୍ଦ୍ରାଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ୍ । ଜୁଲାଇ ୧୯ ତାରିଖରେ ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ୍ । ଏହି ମାମଲାରେ ଗିରଫ ରାଜ୍‌ଙ୍କ ଅନ୍ୟତ୍ତମ ସହଯୋଗୀ ରାୟନ୍ ଥୋରାପିଙ୍କ ମଧ୍ୟ ବେଲ୍ ମିଳିଥିବା ସୂଚନା ମିଳିଛି ।