Saturday, April 20, 2024
35 C
Odisha

    ସଫଳ ହେବା ପରେ କଣ କରିବା ଜରୁରୀ ତାହା ଜଣାଇଥିଲେ ଅମ୍ବାନୀ

    ଆଗକୁ ପଢନ୍ତୁ

    ମୁମ୍ବାଇ: ୨୦୨୨ ଓ ୨୦୨୩ ବର୍ଷ ବଲିଉଡ ସୁପରଷ୍ଟାର ରଣବୀର କପୁରଙ୍କ ପାଇଁ ଖୁବ ଭଲ ଥିଲା | ବଲିଉଡର ଅନ୍ୟ କଳାକାରଙ୍କ ଫିଲ୍ମ ଫ୍ଲପ ହେଉଥିବା ବେଳେ ରଣବୀର ବକ୍ସ ଅଫିସରେ ରାଜ କରିଥିଲେ | ଏଥି ପାଇଁ ପାଇଁ ତାଙ୍କୁ ଅନେକ ବଡ଼ ବଡ଼ ସମ୍ମାନରେ ସମ୍ମାନିତ କରାଯାଇଥିଲା | ତେବେ ଏତେ ସଫଳ ହୋଇ ମଧ୍ୟ ରଣବୀର ଅନ୍ୟମାନଙ୍କ ସହ ଭଲ ବ୍ୟବହାର କରୁଥିବା ଦେଖାଯାଏ | ଏହା ପଛରେ ଭାରତର ଧନୀକ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ହାତ ଥିବା ଜଣାପଡିଛି | କିଛି ବର୍ଷ ତଳେ ମୁକେଶ ଅମ୍ବାନୀ ଦେଇଥିବା ଉପଦେଶକୁ ସେ ଏବେ ବି ମନେରଖି ପାଳନ କରୁଥିବା କହିଛନ୍ତି |ଏକ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଯୋଗଦେଇ ଏ ବିଷୟରେ ଜଣାଇଛନ୍ତି ରଣବୀର | ପୁରସ୍କାର ଗ୍ରହଣ କରିବା ପରେ ସେ କହିଥିଲେ, ମୁଁ ଖୁବ କମ ଶବ୍ଦରେ କିଛି କହିବାକୁ ଚାହୁଁଛି | ସବୁବେଳେ ମୋର ଲକ୍ଷ ଥାଏ ଯେ ମୁଁ ପୂର୍ବ ଅପେକ୍ଷା ଭଲ କାମ କରିବି ଏବଂ ବିନମ୍ର ରହିବି | ମୁକେଶ ଭୋଇ (ମୁକେଶ ଅମ୍ବାନୀ) ମୋର ପ୍ରେରଣା | ସେ ମୋତେ ଅନେକ ଭଲ କଥା ଶିଖାଇଛନ୍ତି | ସେ ସର୍ବଦା ମୋତେ କୁହନ୍ତି ଯେ ସବୁବେଳେ ବିନମ୍ର ହୋଇ କାମ ଜାରି ରଖ | ସଫଳତାକୁ ନେଇ ଗର୍ବ କର ନାହିଁ କି ବିଫଳତା ମିଳିଲେ ଭାଙ୍ଗି ପଡ ନାହିଁ | ତାଙ୍କର ସେଇ କେଇ ପଦ କଥା ମୁଁ ଆଜି ବି ମନେ ରଖିଛି |

    ତେବେ ଅନିମଲର ସଫଳତା ପରେ ଆଗକୁ ରଣବୀର ‘ଦଙ୍ଗଲ୍‌’ ଏବଂ ‘ଛିଛୋରେ’ ପରି ଫିଲ୍ମ ବନାଇଥିବା ନିର୍ମାତା ନିତେଶ ତିୱାରୀ ‘ରାମାୟଣ’ରେ ନଜର ଆସିବେ | ଫିଲ୍ମରେ ମୁଖ୍ୟ ଚରିତ୍ର ଅର୍ଥାତ, ପ୍ରଭୁ ରାମ ଓ ମାତା ସୀତାଙ୍କ ଭୂମିକାରେ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ସାଇ ପଲ୍ଲବୀ ନଜର ଆସିବେ ବୋଲି ଜଣାପଡ଼ିସାରିଥିବା ବେଳେ ରାବଣଙ୍କ ଚରିତ୍ରରେ ନଜର ଆସିବେ କେଜିଏଫ ଷ୍ଟାର ୟଶ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35 ° C
    35 °
    35 °
    18 %
    0.8kmh
    0 %
    Sat
    37 °
    Sun
    42 °
    Mon
    42 °
    Tue
    41 °
    Wed
    42 °

    ସମ୍ବନ୍ଧିତ