ଭିଜିଲାନ୍ସ କାର୍ଯ୍ୟାଳୟରେ ହାଜର ହେଲେ ମାହାଙ୍ଗା ଥାନା IIC

ଭିଜିଲାନ୍ସ କାର୍ଯ୍ୟାଳୟରେ ହାଜର ହେଲେ ମାହାଙ୍ଗା ଥାନା IIC

ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ହାଜର ହେଲେ ମାହାଙ୍ଗା ଥାନା IIC । ଭିଜିଲାନ୍ସ ନିର୍ଦ୍ଦେଶରେ ହାଜର ହୋଇଛନ୍ତି ଆଇଆଇସି ନିହାର ରଂଜନ ମହାନ୍ତି। ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରାଙ୍କ ସ୍ୱାମୀ ହେଲେ ନିହାର।ରେଡ୍ ନେଇ ଖବର ପାଇ ଘର ତାଲା ମାରିବା କଥାକୁ ନିହାର ଖଣ୍ଡନ କରିଛନ୍ତି। ମୋତେ କାଲି କେହି ଯୋଗାଯୋଗ କରି ନଥିଲେ, ଆଜି ସକାଳେ ଅତିରିକ୍ତ ଏସପି ମୋତେ ଯୋଗାଯୋଗ କରିଥିଲେ,ପତ୍ନୀଙ୍କ ସହ ମୋବାଇଲରେ ଯୋଗାଯୋଗ ନ ହେବାରୁ ତାଙ୍କୁ ଖୋଜୁଥିଲି, ହେଲେ ପତ୍ନୀ ଭିଜିଲାନ୍ସ ଟ୍ରାପ୍ ହେବା କଥା ଜାଣି ନଥିଲି ବୋଲି ସେ କହିଛନ୍ତି।ମୋତେ ଭିଜିଲାନ୍ସରେ ହାଜର ହେବାକୁ ନିର୍ଦ୍ଦେଶ ଥିଲା ।ଚାହିଁଥିଲେ ଭିଜିଲାନ୍ସ ମୋତେ କାଲିଠୁ ଯୋଗାଯୋଗ କରିପାରିଥାନ୍ତା । ତେବେ ସରକାରି କର୍ମଚାରୀ ଅଫିସ ବନ୍ଦ କରି ପଳାଇବା କହିବା ଠିକ ନୁହେଁ ବୋଲି ସେ କହିଛନ୍ତି । ଏହାସହ ସେ କହିଛନ୍ତି ଯେ,ପତ୍ନୀଙ୍କ ଟଙ୍କା ସମ୍ବନ୍ଧୀୟ ତଥ୍ୟ ବିଷୟରେ ମୁଁ କିଛି ଜାଣିନି ।