ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ମାମଲା:ପୁନର୍ବିଚାର ପରେ ୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ମାମଲା:ପୁନର୍ବିଚାର ପରେ ୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ରାୟଗଡା ଜିଲ୍ଲାର ପୁଟାସିଂ ଥାନା ଅନ୍ତର୍ଗତ କିତୁମ ଗ୍ରାମର ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରିବା ଘଟଣାରେ ୯ଜଣଙ୍କୁ ଫାଶୀଦଣ୍ଡାଦେଶର ପୁନର ବିଚାର ପାଇଁ ହାଇକୋର୍ଟର ନିର୍ଦ୍ଦେଶ ପରେ ଆଜି ରାୟଗଡା ଜିଲ୍ଲା ଦୋରା ଜର୍ଜ ପକ୍ଷରୁ BH ଶୁଣାଣି କରାଯାଇଛି। ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୋରା ଜର୍ଜ ୨୦୧୯ ମସିହା ଏପ୍ରିଲ ମାସ ୧୩ ତାରିଖ ଦିନ ସମସ୍ତ ୯ଜଣ ଅଭିଯୁକ୍ତଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇଥିଲେ । ପୁନଃ ବିଚାର ପାଇଁ ଅଭିଯୁକ୍ତଙ୍କ ନିବେଦନକୁ ଶୁଣାଣି କରି ମାନ୍ୟବର ହାଇକୋର୍ଟ ରାୟଗଡା ଜିଲ୍ଲା ଦୌରା ଜର୍ଜଙ୍କୁ ବିଚାର ପାଇଁ ପଠାଇଥିଲେ । ଆଜି ଏହାର ପୁନର୍ବିଚାର କରି ସମସ୍ତ ୯ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଏବଂ ଫାଶୀ ଦଣ୍ଡାଦେଶ କାଏମ ରଖିଛନ୍ତି।