ବଦଳିଲେ ମାହାଙ୍ଗା ‌ଥାନା IIC

ବଦଳିଲେ ମାହାଙ୍ଗା ‌ଥାନା IIC

ବଦଳିଲେ ମାହାଙ୍ଗା ଥାନା IIC। ଆଇଆଇସି ନିହାର ରଞ୍ଜନ ମହାନ୍ତିଙ୍କୁ ବଦଳି କରାଯାଇଛି। କଟକ ଗ୍ରାମାଞ୍ଚଳ ଏସପିଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଛନ୍ତି ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି। ଗତକାଲି ଭିଜିଲାନ୍ସ ଅଫିସରେ ନିହାରଙ୍କୁ ବିଭିନ୍ନ ଦିଗକୁ ନେଇ ପଚରାଉଚୁରା କରାଯାଇଥିଲା। ଭିଜିଲାନ୍ସ ଦ୍ବାରା ତାଙ୍କ ପତ୍ନୀ ଗିରଫ ହେବା ପରେ ତାଙ୍କୁ ପଚରାଉଚୁରା କରାଯାଇଥିଲା।

ମାହାଙ୍ଗା ଡବଲ୍ ମର୍ଡର ମାମଲାରେ କୋର୍ଟଙ୍କୁ ସବିଶେଷ ଓ ସଠିକ ତଦନ୍ତ ରିପୋର୍ଟ ଦାଖଲ କରିବାରେ ବିଳମ୍ବ କରିଥିବାରୁ କୋର୍ଟ ମଧ୍ୟ ତାଙ୍କୁ ତାଗିଦ୍‌ କରିଥିଲେ।