ସାମସଙ୍ଗର ଅଧ୍ୟକ୍ଷଙ୍କ ଦେହାନ୍ତ

ସାମସଙ୍ଗର ଅଧ୍ୟକ୍ଷଙ୍କ ଦେହାନ୍ତ

ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ଅଧ୍ୟକ୍ଷ ଲି କୁନ୍ ହି'ଙ୍କର ଦେହାନ୍ତ ହୋଇଛନ୍ତି । ଆଜି ୭୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କମ୍ପାନୀ ପକ୍ଷରୁ ତାଙ୍କର ମୃତ୍ୟୁ ସମ୍ପର୍କରେ ବିଧିବଦ୍ଧ ସୂଚନା ଦିଆଯାଇଛି ।

ସାମସଙ୍ଗ ଇଲେକ୍ଟ୍ରୋନିକ୍ସକୁ ସାରା ବିଶ୍ୱରେ ଲୋକପ୍ରିୟ କରାଇବାରେ ତାଙ୍କର ଭୂମିକା ସ୍ମରଣୀୟ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ସିଓଲର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଲି କୁନ୍ ହି ।

୨୦୧୪ ମସିହାରେ ଲି କୁନଙ୍କୁ ହୃତଘାତ ହୋଇଥିଲା । ତାପରଠୁ ଲଗାତାର ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ରହୁଥିଲା । ୨୦୧୪ ପରଠୁ ତାଙ୍କ ପୁଅ ଜାଏ ୟଙ୍ଗ ସାମସଙ୍ଗ ଇଲେକ୍ଟ୍ରୋନିକ୍ସ କମ୍ପାନୀ ସମ୍ଭାଳି ଆସୁଛନ୍ତି ।