Wednesday, May 8, 2024
25.7 C
Odisha

    ପ୍ରବୋଧ ତୀର୍କୀଙ୍କ ପ୍ରାର୍ଥୀତ୍ବ ପରିବର୍ତନ ପ୍ରସଙ୍ଗ: ମତ ରଖିଲେ ପିସିସି ସଭାପତି ଶରତ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପ୍ରବୋଧ ତୀର୍କୀଙ୍କ ପ୍ରାର୍ଥୀତ୍ବ ପରିବର୍ତନ ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକ ନିଜର ମତ ରଖିଛନ୍ତି। ସେ କହିଛନ୍ତି ପ୍ରବୋଧ ଜଣେ ସୁନାମଧନ୍ୟ ବ୍ୟକ୍ତି । କଂଗ୍ରେସ ଦଳ ତାଙ୍କୁ ସର୍ବଦା ସମ୍ମାନ ଦେଇଆସିଛି। କିନ୍ତୁ ତାଙ୍କର ପ୍ରାର୍ଥୀତ୍ବ ପରିବର୍ତନ ହେବା ମୋର ନିଷ୍ପତି ନୁହେଁ । ଏହା ହାଇକମାଣ୍ଡଙ୍କ ନିଷ୍ପତି । ପ୍ରାର୍ଥୀତ୍ବ ପରିବର୍ତନ କିଛି ନୂଆ କଥା ନୁହେଁ। ଅନେକ ସମୟରେ ଅନେକ ଦଳରେ ଏହା ହୋଇଛି। ରାଜନୀତିରେ ଟିକେଟ ହିଁ ଏକମାତ୍ର ବିକଳ୍ପ ନୁହେଁ । ପ୍ରବୋଧଙ୍କୁ ଦଳ ଅନ୍ୟ କାଯ୍ୟରେ ମଧ୍ୟ ଦାୟିତ୍ବ ଦେଇପାରେ। ତାଙ୍କୁ ଦଳ କେନ୍ଦ୍ର କିମ୍ବା ରାଜ୍ୟସଭାକୁ ମଧ୍ୟ ପଠେଇପାରେ । ସେଥିରେ କିଛି ଅସମ୍ଭବ ନାହିଁ। ଟଙ୍କା ନେଇ କଂଗ୍ରେସ ଦଳ ପାର୍ଥୀ ଘୋଷଣା କରିଥିବା ଅଭିଯୋଗ ଉପରେ ମଧ୍ୟ ସେ ମତ ରଖିଛନ୍ତି । ଶରତ କହିଛନ୍ତି ଟଙ୍କା ନେଇ ଟିକେଟ ଦେବାରେ କଂଗ୍ରେସ ବିଶ୍ୱାସ କରେନାହିଁ । ଓଡିଶା ଇତିହାସରେ ଏହା କେବେ ହୋଇନାହିଁ । ଏହା କେବଳ ଏକ ଗୁଜବ । ଭୟରେ ବିଜେଡି ଦଳ ହିଁ ଏଭଳି ଗୁଜବ ଜନତାଙ୍କ ପାଖରେ ପହଞ୍ଚାଉଛି । ଯଦି ଟଙ୍କା ନେଇ ପିସିସି ସଭାପତି ଟିକେଟ ଦେଉଛନ୍ତି ବୋଲି କିଏ ପ୍ରମାଣ କରିଦିଅ । ତେବେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.7 ° C
    25.7 °
    25.7 °
    59 %
    0.7kmh
    72 %
    Wed
    38 °
    Thu
    38 °
    Fri
    40 °
    Sat
    41 °
    Sun
    41 °

    ସମ୍ବନ୍ଧିତ