ସିବିଏସଇ ଦଶମ ଏବଂ ଦ୍ଵାଦଶ ଟର୍ମ-୧ ପରୀକ୍ଷା ସୂଚୀ ଜାରି, ଏଠାରେ ତାରିଖ ଦେଖି ପାରିବେ ଛାତ୍ର-ଛାତ୍ରୀ
ନୂଆଦିଲ୍ଲୀ ୧୮।୧୦: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ)ର ଦଶମ ଏବଂ ଦ୍ଵାଦଶ ଶ୍ରେଣୀର ଟର୍ମ-୧ ପରୀକ୍ଷାର ସୂଚୀ ଘୋଷଣା କରିଛି। ସୂଚୀ ଅନୁଯାୟୀ, ଦଶମ ପରୀକ୍ଷା ନଭେମ୍ବର ୩୦ରୁ ଏବଂ ଦ୍ଵାଦଶ ପରୀକ୍ଷା ଡିସେମ୍ବର ୧ରୁ ଆରମ୍ଭ ହେବ। ଏହି ଡେଟ୍ ସିଟ୍ ଛାତ୍ର-ଛାତ୍ରୀ ସିବିଏସଇର ଅଧିକାରୀକ ଓ୍ଵେବସାଇଟ୍ www.cbse.gov.in ରେ ଯାଇ ଡାଉନଲୋଡ୍ କରି ପାରିବେ। ଦ୍ଵାଦଶ ଶ୍ରେଣୀର ୧୯ ମୁଖ୍ୟ ବିଷୟ ଏବଂ ଦଶମରେ ସାତ ମୁଖ୍ୟ ବିଷୟ ଉପରେ ପରୀକ୍ଷା ହେବ।
ସିବିଏସଇ ଟର୍ମ-୧ ପରୀକ୍ଷାରେ କୌଣସି ଛାତ୍ର-ଛାତ୍ରୀ ଫେଲ୍ ହେବେ ନାହିଁ। ବିଦ୍ୟାର୍ଥୀଙ୍କୁ ଟର୍ମ-୧ରେ କମ୍ ନମ୍ବର ଆସିଲେ ନା କମ୍ପାର୍ଟମେଣ୍ଟ ଦେବାକୁ ପଡିବ ନା ଟର୍ମ-୧ ପରୀକ୍ଷା ପୁନର୍ବାର ଦେବାକୁ ପଡିବ।
ସିବିଏସଇ ବୋର୍ଡ ପରୀକ୍ଷା
୯୦ ମିନିଟ୍ର ହେବ ପରୀକ୍ଷା।
୫୦ ପ୍ରତିଶତ ପ୍ରଶ୍ନ ସିଲାବସରୁ ଆସିବ।
ପରୀକ୍ଷା ୧୧ଟା ୩୦ରୁ ଆରମ୍ଭ ହେବ।
ସ୍କୁଲ ୧୧ଟା ପର୍ଯ୍ୟନ୍ତ ଚାଲିବ।
ପ୍ରଶ୍ନ ପଢିବାକୁ ୨୦ ମିନିଟ୍ର ସମୟ ମିଳିବ।
ଟର୍ମ-୧ ପରୀକ୍ଷା ବିଷୟବସ୍ତୁ ଉପରେ ଆଧାରିତ ହେବ।
ଟର୍ମ-୧ ଓ ଟର୍ମ-୨ର ପ୍ରାକ୍ଟିକାଲ ଅଲଗା ଅଲଗା ହେବ।
ପରୀକ୍ଷା ପରେ ବିଦ୍ୟାର୍ଥୀଙ୍କୁ ବୋର୍ଡ ଦ୍ଵାରା ନିଜର ମାର୍କ ଜଣାଇ ଦିଆଯିବ।
ଟର୍ମ-୨ର ପରୀକ୍ଷା ମାର୍ଚ୍ଚରୁ ଏପ୍ରିଲ ପର୍ଯ୍ୟନ୍ତ କରାଯିବ।
Comments (0)