ରିଲିଜ୍ ହେଲା ଋଷି କପୁରଙ୍କ ଶେଷ ଫିଲ୍ମ 'ଶର୍ମା ଜୀ ନମକୀନ'ର ପ୍ରଥମ ପୋଷ୍ଟର

ରିଲିଜ୍ ହେଲା ଋଷି କପୁରଙ୍କ ଶେଷ ଫିଲ୍ମ 'ଶର୍ମା ଜୀ ନମକୀନ'ର ପ୍ରଥମ ପୋଷ୍ଟର

ରିଲିଜ୍ ହେଲା ଦିବଙ୍ଗତ ଅଭିନେତା ଋଷି କପୁରଙ୍କ ଶେଷ ଫିଲ୍ମ ଶର୍ମା ଜୀ ନମକୀନର ପ୍ରଥମ ପୋଷ୍ଟର। ଋଷି କପୁରଙ୍କ ଏହି ଶେଷ ଫିଲ୍ମକୁ ଦେଖିବା ପାଇଁ ତାଙ୍କ ଫ୍ୟାନ୍ସମାନେ ଅତ୍ୟନ୍ତ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ଋଷି କପୁରଙ୍କ ୬୯ତମ ଜନ୍ମ ବାର୍ଷିକ ଅବସରରେ ନିର୍ମାତା ଦର୍ଶକମାନଙ୍କୁ ଏହି ସ୍ବତନ୍ତ୍ର ଉପହାର ଦେଇଛନ୍ତି । ଫିଲ୍ମ ନିର୍ମାତା ଶର୍ମା ଜୀ ନମକୀନ୍ ର ଏହି ପ୍ରଥମ ଲୁକ୍ ଜାରି କରିଛନ୍ତି । ପୋଷ୍ଟର ଜାରି ହେଉ ହେଉ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଫିଲ୍ମ ‘ଶର୍ମାଜୀ ନମକୀନ୍’ରେ କିଛି ନିଆରା ଦେଖିବାକୁ ମିଳିବ ଦର୍ଶକଙ୍କୁ। କାହିଁକି ନା ଫିଲ୍ମର ଅଧା ଭାଗରେ ଋଷି କପୁର ଥିବା ବେଳେ ଅନ୍ୟ ଭାଗରେ ପରେଶ ରାୱଲ ନଜର ଆସିବେ । ଏହା ବଲିଉଡର ପ୍ରଥମ ଫିଲ୍ମ ହେବ ଯେଉଁଥିରେ ଗୋଟିଏ କ୍ୟାରେକ୍ଟରରେ ଦୁଇଜଣ ଅଭିନୟ କରୁଛନ୍ତି । ପୋଷ୍ଟର ସେୟାର କରି ଫିଲ୍ମ ନିର୍ମାତା ଲେଖିଛନ୍ତି ଯେ ଆମେ ଏକ ସ୍ବତନ୍ତ୍ର ଧରଣର ଫିଲ୍ମ ପୋଷ୍ଟର ରିଲିଜ୍ କରିଛୁ । ଏହା ସହ ନିଜକୁ ଗର୍ବ ଅନୁଭବ ମଧ୍ୟ କରୁଛୁ । ଏହି ଫିଲ୍ମରେ ପ୍ରସିଦ୍ଧ ଅଭିନେତା ଋଷି କପୁର, ଯାହାଙ୍କର ଅଭିନୟ ଜଗତରେ ସଫଳତାର କାମକୁ ସଦାସର୍ବଦା ସମ୍ମାନୀତ କରି ରଖାଯାଇଛି । ଏହା ସହ ସେ ଆହୁରି ଲେଖିଛନ୍ତି କି ଯେ ତାଙ୍କର ସ୍ନେହ , ସମ୍ମାନ ଓ ସ୍ମୃତିର ପ୍ରତୀକ । ତାଙ୍କର ଲକ୍ଷାଧିକ ଫ୍ୟାନ୍ସଙ୍କୁ ମଧ୍ୟ ଉପହାର ଭାବେ ଶେଷ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ କରାଯାଇଛି । ଋଷିଙ୍କ ଏହି ଫିଲ୍ମର ପୋଷ୍ଟର ତାଙ୍କ ଝିଅ ରିଦ୍ଧିମା କପୁର , ସାହନୀ ଓ ନୀତୁ କପୁର ମଧ୍ୟ ସେମାନଙ୍କ ସୋସିଆଲ ମିଡିଆରରେ ସେୟାର କରିଛନ୍ତି । ନିର୍ମାତାଙ୍କୁ ଧନ୍ୟବାଦ ଦେବା ସହ ଅନେକ କଳାକାରଙ୍କୁ ମନେ ପକାଇଛନ୍ତି । ତେବେ ଏହି ଫିଲ୍ମଟି ଏଣ୍ଟରଟେନମେଣ୍ଟ ଓ ମେକଗଫିନ୍ ପିକ୍ଚର ଦ୍ବାରା ନିର୍ମିତ ହୋଇଛି। ଏହି ପିଲ୍ମର ନିର୍ଦ୍ଦେଶନା ହିତେଶ ଭାଟିଆ ଦେଇଛନ୍ତି।