ଶିଳ୍ପାଙ୍କୁ ମିଳିଲାନି ‘ସ୍ପାଇଡର୍ ମ୍ୟାନ୍ ନୋ ୱେ ହୋମ୍’ ଫିଲ୍ମର ଟିକେଟ୍, କହିଲେ- ଏକ ଟିକେଟ୍ ଦେ ନା ବାବା

ଶିଳ୍ପାଙ୍କୁ ମିଳିଲାନି ‘ସ୍ପାଇଡର୍ ମ୍ୟାନ୍ ନୋ ୱେ ହୋମ୍’ ଫିଲ୍ମର ଟିକେଟ୍, କହିଲେ- ଏକ ଟିକେଟ୍ ଦେ ନା ବାବା
ଶିଳ୍ପାଙ୍କୁ ମିଳିଲାନି ‘ସ୍ପାଇଡର୍ ମ୍ୟାନ୍ ନୋ ୱେ ହୋମ୍’ ଫିଲ୍ମର ଟିକେଟ୍, କହିଲେ- ଏକ ଟିକେଟ୍ ଦେ ନା ବାବା

ନୂଆଦିଲ୍ଳୀ ୧୭।୧୨ : ବଲିଉଡର ଫିଟ୍‌ନେସ୍‌ କୁଇନ୍‌ ଶିଳ୍ପା ଶେଟ୍ଟୀ। ତାଙ୍କ ଫିଟନେସ୍‌କୁ ନେଇ ବଲିଉଡ୍ ଜଗତରେ ବେଶ୍‌ ଚର୍ଚ୍ଚା । କିନ୍ତୁ ବର୍ତ୍ତମାନ ସେ ଗୋଟିଏ ଫିଲ୍ମ ଟିକେଟ୍‌ ପାଇଁ ହାତ ଯୋଡିଛନ୍ତି । ତାହା ପୁଣି ସ୍ପାଇଡର ମ୍ୟାନ୍‌ ଆଗରେ। ସ୍ପାଇଡର ମ୍ୟାନ୍‌ ଫିଲ୍ମ ଦେଖିବା ପାଇଁ ସେ ପୁରାପୁରି ପାଗଳ ହୋଇଯାଇଛନ୍ତି। ଟିକେଟ୍‌ ନମିଳିବା ପରେ ସେ ସ୍ପାଇଡରମ୍ୟାନ୍‌ ଆଗରେ ହିଁ ହାତ ଗୋଡ ଯୋଡିବା ସହ ଡ୍ୟାନ୍ସ କରି ମଧ୍ୟ ଦେଖାଇଛନ୍ତି। କିନ୍ତୁ ଏତେ ସବୁ କରିବା ପରେ ବି ତାଙ୍କୁ ଟିକେଟ୍‌ ଖଣ୍ଡେ ମିଳିନାହିଁ। ଏଭଳି କିଛି ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ନିକଟରେ ହଲିଉଡ ଫିଲ୍ମ ‘ସ୍ପାଇଡର୍ ମ୍ୟାନ୍ ନୋ ୱେ ହୋମ୍’ ରିଲିଜ ହୋଇଛି। ଏହି ଫିଲ୍ମକୁ ନେଇ ଫ୍ୟାନ୍‌ମାନଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ମଧ୍ୟ ରହିଛି। ଫିଲ୍ମକୁ ଦେଖିବା ପାଇଁ ଫ୍ୟାନ୍‌ମାନେ ଏତେ ପାଗଳ ଯେ, ଆଡଭାନ୍ସ ବୁକିଂରେ ମଧ୍ୟ ଟିକେଟ୍‌ ମିଳୁନି। ଲୋକଙ୍କୁ ଟିକେଟ ମିଳିବା କଷ୍ଟକର ହୋଇପଡିଛି। ଏଭଳି ଅବସ୍ଥାରେ କେବଳ ସାଧାରଣ ଲୋକ ହିଁ ନୁହେଁ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

 

ଏକ ଭିଡିଓରେ ଶିଳ୍ପା ଶେଟ୍ଟୀ ‘ସ୍ପାଇଡର୍ ମ୍ୟାନ୍: ନୋ ୱେ ହୋମ୍’ ପାଇଁ ଟିକେଟ୍ ବୁକିଂ କରୁଥିବା ବେଳେ ହଠାତ୍‌ ସେ ସ୍ପାଇଡର୍ ମ୍ୟାନ୍‌ଙ୍କୁ ଭେଟୁଛନ୍ତି। ଏହାପରେ ସେ ସ୍ପାଇଡର ମ୍ୟାନ୍‌ଙ୍କୁ ଟିକେଟ ପାଇଁ ଗୁହାରି କରୁଛନ୍ତି ତା’ ଆଗରେ ଏପରିକି ଭିକ ମଧ୍ୟ ମାଗୁଛନ୍ତି, କିନ୍ତୁ ସେ ମନା କରିଦେଉଛନ୍ତି। ଏହା ପରେ ଶିଳ୍ପା କହୁଛନ୍ତି, ମୁଁ ତୁମକୁ କିଛି ଶିଖାଇବି ଏବଂ ତୁମେ ମୋତେ ତା’ବଦଳରେ ଟିକେଟ ଦେବ। ପ୍ରଥମେ ଶିଳ୍ପା ସ୍ପାଇଡର୍‌ ମ୍ୟାନ୍‌ଙ୍କୁ ଡ୍ୟାନ୍ସ ଷ୍ଟେପ୍‌ ଶିଖାଉଛନ୍ତି ଏହାପରେ ସେ ‘ଚୁରା କେ ଦିଲ ମେରା…’ ଗୀତର ହୁକ୍‌ ଷ୍ଟେପ୍‌ କରୁଛନ୍ତି। କିନ୍ତୁ ଏତେ ସବୁ ପରେ ବି ସ୍ପାଇଡ୍‌ର ମ୍ୟାନ୍‌ ଶିଳ୍ପାଙ୍କୁ ଟିକେଟ ଦେବା ପାଇଁ ମନା କରିଦେଉଛନ୍ତି। ସୋସିଆଲ ମିଡିଆରେ ଶିଳ୍ପାଙ୍କ ଭିଡିଓକୁ ବେଶ୍‌ ପସନ୍ଦ କରାଯାଉଛି। ଏହି ଭିଡିଓଟି କିଛି ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ଭ୍ୟୁ ପାଇଛି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଅନେକ ଲୋକେ ଶିଳ୍ପାଙ୍କ ଏହି ମଜାଦାର ଭିଡିଓକୁ ଦେଖି ତାଙ୍କର ପ୍ରଶଂସା କରିଛନ୍ତି ତ ଆଉ କିଛି ଓଭର ଆକ୍ଟିଂ କରୁଥିବା କହି ତାଙ୍କୁ ଟ୍ରୋଲ କରିଛନ୍ତି।