ମୁଖ୍ୟମନ୍ତ୍ରୀଙ୍କୁ ‘ସିକ୍ରେଟ୍ ଅଫ୍ ଶିମିଳପାଳ’ ପୁସ୍ତକ ଦେଲେ ଲୋକାୟୁକ୍ତ ସଦସ୍ୟ ଡ. ସ୍ୱାଇଁ

ମୁଖ୍ୟମନ୍ତ୍ରୀଙ୍କୁ ‘ସିକ୍ରେଟ୍ ଅଫ୍ ଶିମିଳପାଳ’ ପୁସ୍ତକ ଦେଲେ ଲୋକାୟୁକ୍ତ ସଦସ୍ୟ ଡ. ସ୍ୱାଇଁ
ମୁଖ୍ୟମନ୍ତ୍ରୀଙ୍କୁ ‘ସିକ୍ରେଟ୍ ଅଫ୍ ଶିମିଳପାଳ’ ପୁସ୍ତକ ଦେଲେ ଲୋକାୟୁକ୍ତ ସଦସ୍ୟ ଡ. ସ୍ୱାଇଁ

 

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଲୋକାୟୁକ୍ତ ସଦସ୍ୟ ଡକ୍ଟର ଦେବବ୍ରତ ସ୍ୱାଇଁ । ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ତାଙ୍କ ଲିଖିତ ପୁସ୍ତକ ‘ସିକ୍ରେଟ୍ ଅଫ୍ ଶିମିଳିପାଳ’ (ଶିମିଳିପାଳର ରହସ୍ୟ)ର ଏକ କପି ପ୍ରଦାନ କରିଛନ୍ତି । ଯେଉଁଥିରେ ହାତୀ ଓ କଳା ବାଘଙ୍କ ପାଇଁ ଶିମିଳିପାଳ କିଭଳି ଉପଯୋଗୀ ତାହା ବର୍ଣ୍ଣିତ ହୋଇଛି ।

‘ସିକ୍ରେଟ୍ ଅଫ୍ ଶିମିଳିପାଳ’ ପୁସ୍ତକଟି ଅସ୍ତ୍ରଲ ଇଣ୍ଟରନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡ୍, ନୂଆଦିଲ୍ଲୀ ଓ ସେଭ୍ ଏଲିଫାଣ୍ଟ ଫାଉଣ୍ଡେସନ୍ ଟ୍ରଷ୍ଟ, ଓଡ଼ିଶା ଦ୍ୱାରା ମିଳିତ ଭାବେ ପ୍ରକାଶ ପାଇଛି । ଏହି ବହିର ମୁଖବନ୍ଧ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିମିଳିପାଳ ଓ ତାର ଜୈବବିବିଧତାକୁ ଲୋକ ଲୋଚନକୁ ଆଣିବାରେ ଲେଖକ କରିଥିବା ପ୍ରୟାସକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ଏହି ବହିରେ ଫୁଲ ଓ ପଶୁ ବିବିଧତାକୁ ନେଇ ଆକର୍ଷଣୀୟ ତଥ୍ୟ ରହିଛି । ଏହି ବହିଟି ଫରେଷ୍ଟ ମ୍ୟାନେଜର, ରିସର୍ଚ୍ଚର, ସ୍କଲାର ଓ ପ୍ରକୃତି ପ୍ରେମୀଙ୍କ ଲାଗି ବେଶ୍ ଉପଦେୟ ସାବ୍ୟସ୍ତ ହେବ ।