ଏମିତି ପ୍ରସ୍ତୁତ କରନ୍ତୁ ଚଟପଟା ଫ୍ରେଞ୍ଚ ଫ୍ରାଇ

ଏମିତି ପ୍ରସ୍ତୁତ କରନ୍ତୁ ଚଟପଟା ଫ୍ରେଞ୍ଚ ଫ୍ରାଇ
ଏମିତି ପ୍ରସ୍ତୁତ କରନ୍ତୁ ଚଟପଟା ଫ୍ରେଞ୍ଚ ଫ୍ରାଇ

 ନମକିନ୍, ଭୁଜିଆ, ସିଙ୍ଗଡ଼ା, ବିଭିନ୍ନ ପ୍ରକାର ପକୋଡ଼ି ଆଦି ପ୍ରତ୍ୟେକ ଘରର ନିତିଦିନିଆ ସ୍ନାକ୍ସ କହିଲେ ଭୁଲ ହେବନି। ତେବେ ଅନେକ ଲୋକ ଏହି ସବୁ ନିତିଦିନିଆ ସ୍ନାକ୍ସଠୁ ଅଲଗା କିଛି ଖାଇବାକୁ ଇଚ୍ଛା କରନ୍ତି। ତେବେ ନୂଆ କଣ ତିଆରି କରିବେ ବୋଲି ସେମାନେ ଜାଣି ପାରନ୍ତି ନାହିଁ। ଯଦି ଆପଣବି କଣ ନୂଆ ଓ ସ୍ଵାଦିଷ୍ଟ ସ୍ନାକ୍ସ ତିଆରି କରିବେ ଜାଣି ପାରୁ ନାହାଁନ୍ତି ତାହାଲେ ଫ୍ରେଞ୍ଚ ଫ୍ରାଇ ତିଆରି କରନ୍ତୁ। ଫ୍ରେଞ୍ଚ ଫ୍ରାଇ ଥରେ ଯିଏ ଖାଇଥିବେ ନିଶ୍ଚୟ ତାର ସ୍ବାଦ ସେ ଭୁଲି ପାରିବେନି। ଫ୍ରେଞ୍ଚ ଫ୍ରାଇ ଆଳୁ ଏବଂ ସୁଜିରେ ପ୍ରସ୍ତୁତ ହୋଇଥିବା ଏକ ଚଟପଟା ଖାଦ୍ୟ, ଏହା ଖାଇବାକୁ ବହୁତ ସ୍ୱାଦିଷ୍ଟ ମଧ୍ୟ। ଆଜି ଆମେ ଆପଣଙ୍କୁ ରେସ୍ତୋରାଁ ଷ୍ଟାଇଲର ଫ୍ରେଞ୍ଚ ଫ୍ରାଇ ତିଆରି କରିବେ କିପରି କହୁଛୁ ...
ଆବଶ୍ୟକ ସାମଗ୍ରୀ:
ସୁଜି - ୧୦୦ ଗ୍ରାମ 
ସିଝା ଆଳୁ -୪-୫ଟା
ଧନିଆ ପତ୍ର - ୫୦ ଗ୍ରାମ (ଛୋଟ ଛୋଟ କଟା)
କଞ୍ଚା ଲଙ୍କା  - ୬ଟି (ଛୋଟ ଛୋଟ କଟା)
ଲୁଣ - ସ୍ୱାଦ ଅନୁସାରେ 
ତେଲ - ଛାଣିବା ପାଇଁ 
ଚାଟ ମସଲା ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ:
-ଫ୍ରେଞ୍ଚ ଫ୍ରାଇ ପ୍ରସ୍ତୁତ କରିବା ପାଇଁ ପ୍ରଥମେ, ଏକ ପାତ୍ରରେ ଅଧା କପ୍ ପାଣି ଦିଅନ୍ତୁ ଏବଂ ଏହାକୁ ଗରମ କରନ୍ତୁ। ସେଥିରେ ୧ ଚାମଚ ତେଲ ପକେଇ ଦିଅନ୍ତି ଏବଂ ପାଣିକୁ ଭଲଭାବେ ଗରମ ହେବାକୁ ଦିଅନ୍ତୁ।ଯେତେବେଳେ ପାଣି ଜୋରରେ ଫୁଟିବା ଆରମ୍ଭ କରିବ, ଗ୍ୟାସ ବନ୍ଦ କରି ପାଣିରେ ସୁଜି ପକାନ୍ତୁ। ସୁଜିକୁ ୩ ମିନିଟ୍ ପର୍ଯ୍ୟନ୍ତ ସେମିତି ଘୋଡାଇ ରଖନ୍ତୁ।
-ଏବେ ସିଝା ଆଳୁକୁ ଚୋପା ଛଡେଇ ସେଗୁଡିକୁ କୋରେଇ ରଖି ଦିଅନ୍ତୁ। ଏବେ କଡେଇରେ ଥିବା ସୁଜିକୁ ଗୋଟିଏ ବଡ ପାତ୍ରରେ ବାହାର କରନ୍ତୁ ଏବଂ ତାହାକୁ ଗୋଟିଏ ଚାମଚ ଦ୍ଵାରା ଭଲ ଭାବରେ ଘାଣ୍ଟି ନରମ କରନ୍ତୁ। ସୁଜି ନରମ ହେବା ପରେ କୋରା ସିଝା ଆଳୁକୁ ସେଥିରେ ମିଶାଇ ଦିଅନ୍ତୁ। ଏବେ ସେଥିରେ ଲୁଣ, କଟା କଞ୍ଚାଲଙ୍କା, କଟା ଧନିଆ ପତ୍ର ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ।
-ଆଳୁ ସୁଜି ଫିଙ୍ଗର ତିଆରି କରିବାକୁ, କଡ଼େଇରେ ତେଲ ଗରମ କରନ୍ତୁ। ଏବେ ହାତରେ ଅଳ୍ପ ତେଲ ଲଗାଇ ସେହି ମିଶ୍ରଣକୁ ଭଲ ଭାବେ ମିଶାନ୍ତୁ ଏବଂ ଏହାକୁ ଚକଟା ଅଟା ପରି ପ୍ରସ୍ତୁତ କରନ୍ତୁ। ଏଥିରୁ ଟିକିଏ ମିଶ୍ରଣକୁ ଭାଙ୍ଗନ୍ତୁ ଏବଂ ଏହାକୁ ସରୁ ଓ ଲମ୍ବରେ ଏକ ଆକୃତି ଦେଇ ହାତରେ ରଗଡନ୍ତୁ। 
-  ତେଲ ଗରମ ହେବା ପରେ ଆଳୁ ଫିଙ୍ଗରକୁ ଗୋଟିଏ ପରେ ଗୋଟିଏ ସେଥିରେ ପକାନ୍ତୁ। କିଛି ଖଣ୍ଡ ଫ୍ରାଇ ହେବା ପରେ, ଅନ୍ୟ ଆଳୁ ଫିଙ୍ଗରକୁ ଫ୍ରାଇ କରନ୍ତୁ ଏବଂ ଫ୍ରାଇ ଆଳୁ ଫିଙ୍ଗରକୁ କଡ଼େଇରୁ ବାହାର କରି ଗୋଟିଏ ପ୍ଲେଟରେ ରଖନ୍ତୁ। ଏବେ ସେହି ଫ୍ରାଇ ଆଳୁ ଫିଙ୍ଗର ଉପରେ ଚାଟ ମସାଲା, ଶୁଖିଲା ପୋଦିନା ଗୁଣ୍ଡ ପକାଇବା ସହ ଟମାଟୋ ସକ୍ସ୍ ବା ଚଟଣୀ ସହ ଖାଆନ୍ତୁ।