ଶତ୍ରୁଘ୍ନ ସିହ୍ନାଙ୍କ ବିରୁଦ୍ଧରେ ସେକ୍ସ ସ୍କାଣ୍ଡାଲର ଅଭିଯୋଗ ଆଣିଲେ ଅଭିନେତ୍ରୀ ପୂଜା ମିଶ୍ରା, କହିଲେ- ମୋର କୁମାରୀତ୍ୱ ବିକି ଷ୍ଟାର ହୋଇଛନ୍ତି ସୋନାକ୍ଷୀ

ଶତ୍ରୁଘ୍ନ ସିହ୍ନାଙ୍କ ବିରୁଦ୍ଧରେ ସେକ୍ସ ସ୍କାଣ୍ଡାଲର ଅଭିଯୋଗ ଆଣିଲେ ଅଭିନେତ୍ରୀ ପୂଜା ମିଶ୍ରା, କହିଲେ- ମୋର କୁମାରୀତ୍ୱ ବିକି ଷ୍ଟାର ହୋଇଛନ୍ତି ସୋନାକ୍ଷୀ
ଶତ୍ରୁଘ୍ନ ସିହ୍ନାଙ୍କ ବିରୁଦ୍ଧରେ ସେକ୍ସ ସ୍କାଣ୍ଡାଲର ଅଭିଯୋଗ ଆଣିଲେ ଅଭିନେତ୍ରୀ ପୂଜା ମିଶ୍ରା, କହିଲେ- ମୋର କୁମାରୀତ୍ୱ ବିକି ଷ୍ଟାର ହୋଇଛନ୍ତି ସୋନାକ୍ଷୀ

ନୂଆଦିଲ୍ଲୀ/୦୫ :ବିଗ ବସରୁ ଚର୍ଚ୍ଚିତ ହୋଇଥିବା ଅଭିନେତ୍ରୀ ତଥା ମେଡଲ ପୂଜା ମିଶ୍ରା ପୁଣି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସଲମାନ ଖାନ ଏବଂ ତାଙ୍କ ଭାଇଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ଏବେ ସୋନାକ୍ଷୀ ସିହ୍ନାଙ୍କ ପରିବାର ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପୂଜା ମିଶ୍ର। ସତ୍ରୁଘ୍ନ ସିହ୍ନା ତାଙ୍କୁ ବେହୋସ କରାଇ ବ୍ୟବସାୟ କରାଉଥିଲେ। ସେ ଅଭିଯୋଗ କରିଛନ୍ତି, ଅଭିନେତା ଏବଂ ତାଙ୍କ ପୂରା ପରିବାର ସେକ୍ସ ସ୍କାମ କରାଇ, ତାଙ୍କ କୁମାରୀତ୍ୱ ବିକ୍ରି କରି ସୋନାକ୍ଷୀଙ୍କୁ ଷ୍ଟାର କରାଇଛନ୍ତି। ଏହାସହ କଳା ଜାଦୁ କରି ତାଙ୍କ ଜୀବନ ଏବଂ କ୍ୟାରିୟର ବରବାଦ କରିଥିବା ପୂଜା ମିଶ୍ର ଅଭିଯୋଗ କରିଛନ୍ତି।

ନବଭାରତ ଟାଇମ୍ସକୁ ପ୍ରତିକ୍ରିୟା ଦେଇ ଅଭିନେତ୍ରୀ ପୂଜା ମିଶ୍ରା କହିଛନ୍ତି, ମୋ କୁମାରୀତ୍ୱକୁ ବିକ୍ରି କରି ଶତ୍ରୁଘ୍ନ ସିହ୍ନ ନିଜ ଝିଅ ସୋନାକ୍ଷୀଙ୍କୁ ଷ୍ଟାର କରାଇଛନ୍ତି। ସୋନାକ୍ଷୀଙ୍କୁ ଫ୍ୟାସନ ଡିଜାଇନର ହେବାକୁ ଇଚ୍ଛା ଥିଲା। ପୂଜାଙ୍କ କହିବା କଥା, ତାଙ୍କ ବାପା ଏବଂ ଶତ୍ରୁଘ୍ନ ସିହ୍ନା ଗୋଟିଏ ସମୟରେ ବହୁତ ଭଲ ସାଙ୍ଗ ଥିଲେ। କିନ୍ତୁ ଶତ୍ରୁଘ୍ନ ସିହ୍ନଙ୍କ ପତ୍ନୀ ପୁନମ ତାଙ୍କ ବାପାଙ୍କ ବ୍ରେନ ୱାସ କରି କହିଥିଲେ କେବଳ ବେଶ୍ୟାମାନେ ବଲିଉଡରେ କାମ କରନ୍ତି। ଏପରି କହି ତାଙ୍କୁ ଫିଲ୍ମ ଉଦ୍ୟୋଗରୁ ଦୂରରେ ରଖାଯାଇଥିବା ପୂଜା ଅଭିଯୋଗ କରିଛନ୍ତି।

ପୂଜା କରିଛନ୍ତି, ୨୦୦୫ରେ ତାଙ୍କ ବାପା ସେବାରୁ ଅବସର ନେଇ ପୁଣେ ଆସିଥିଲେ, ସେହି ସମୟରେ ସୋନାକ୍ଷୀଙ୍କ ବାପା ମାଆ ତାଙ୍କର ଦମନ ଆରମ୍ଭ କରିଥିଲେ। ପୂଜାଙ୍କ ଦାବି, ସିହ୍ନ ଦମ୍ପତି ତାଙ୍କ ଠାରୁ ୩୫ଟି ଫିଲ୍ମ ଚୋରେଇ ନେଇଛନ୍ତି । ସେମାନଙ୍କଠାରୁ ଅଧିକ ଲୋକପ୍ରିୟ ହୋଇଯିବି ବୋଲି ସେମାନଙ୍କ ମନରେ ଭୟ ଥିଲା। ସିହ୍ନା ପରିବାର ଲୋଭି ଏବଂ ରାକ୍ଷାସୀ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ପୂଜା ମିଶ୍ର ସଲମାନ ଖାନ ଏବଂ ତାଙ୍କ ଭାଇ ସୋହେଲ ଏବଂ ଅରବାଜଙ୍କ ବିରୁଦ୍ଧରେ ଆଠ ଥର ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି। ପୂଜା ମିଶ୍ର ଜଣେ ଜକି, ଅଭିନେତ୍ରୀ ଏବଂ ଜଣେ ମଡେଲ।  ବିଗ୍ ବସ ୫ରୁ ସେ ଲୋକପ୍ରିୟ ହୋଇଥିଲା। ଏହାପରେ ସେ ଅମ୍ମା ଏବଂ ଡ୍ରିମଜ୍ ଦ ମୁଭି ପରି ଫିଲ୍ମରେ ଅଭିନୟ କରିଛନ୍ତି।