ଦେଶରେ ବଢୁଛି ଓମିକ୍ରନ୍‌ ଭ୍ୟାରିଆଣ୍ଟ ଭୟ, କିଭଳି ପ୍ରସ୍ତୁତ କରୁଛନ୍ତି ସୋନୁ ସୁଦ?

ଦେଶରେ ବଢୁଛି ଓମିକ୍ରନ୍‌ ଭ୍ୟାରିଆଣ୍ଟ ଭୟ, କିଭଳି ପ୍ରସ୍ତୁତ କରୁଛନ୍ତି ସୋନୁ ସୁଦ?
ଦେଶରେ ବଢୁଛି ଓମିକ୍ରନ୍‌ ଭ୍ୟାରିଆଣ୍ଟ ଭୟ, କିଭଳି ପ୍ରସ୍ତୁତ କରୁଛନ୍ତି ସୋନୁ ସୁଦ?

ନୂଆଦିଲ୍ଲୀ ୦୩/୧୨ : ବିଶ୍ବରେ ଆତଙ୍କ ଖେଳାଇଚାଲିଛି କରୋନାର ଓମିକ୍ରନ୍‌ ଭ୍ୟାରିଆଣ୍ଟ । ଭାରତରେ ମଧ୍ୟ ୨ଜଣ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ଯାହାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରେସମିଟ୍‌ ଜରିଆରେ ସୂଚନା ଦିଆଯାଇଛି । ତେବେ ଦେଶରେ କରୋନା ଆରମ୍ଭରୁ ବର୍ତ୍ତମାନ ଯାଏଁ ଯିଏ ଅହରହ ଲୋକଙ୍କ ସେବା ଜାରି ରଖିଛନ୍ତି ଏବଂ ହଜାର ହଜାର ଲୋକଙ୍କ ହୃଦୟରେ ପ୍ରକୃତ ହିରୋ ଆକ୍ଷା ପାଇଛନ୍ତି । ସୋନୁ ସୁଦ । ଓମିକ୍ରନ୍‌କୁ ସାମ୍ନା କରିବାକୁ ସୋନୁ ସୁଦ କିଭଳି ପ୍ରସ୍ତୁତି କରିଛନ୍ତି ?

ଏ ନେଇ ସୋନୁ କହିଛନ୍ତି, ‘ମୁଁ ସବୁବେଳେ ପ୍ରସ୍ତୁତ ଅଛି । ଲୋକଙ୍କୁ ସାହାଯ୍ୟ କରୁଛି । ମୋ ଫୋନ୍‌ ୨୪ ଘଣ୍ଟା ବାଜୁଛି । ସାରା ଦେଶରେ ଆମର ନେଟଓ୍ବର୍କ କାମ କରୁଛି । ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଦିନରାତି ଆମ ଟିମ କାମ କରୁଛି । କୌଣସି ଆବଶ୍ୟକତା ହେଲେ ଆମେ ସାହାଯ୍ୟ କରିବାକୁ ଚେଷ୍ଟା କରୁଛୁ । ଯଦି ଜଣେ ଅସୁବିଧାରେ ଅଛି ଏବଂ ସାହାଯ୍ୟ ମାଗୁଛି ତେବେ ତାକୁ କେବେ ଫେରାଇବା ଉଚିତ ନୁହେଁ । ଯେତିକି ପାରିବେ ସାହାଯ୍ୟ କରିବା ଉଚିତ ।’

ସେ ଆହୁରି ମଧ୍ୟ କହିଛନ୍ତି, ‘ଲୋକମାନେ କୁହନ୍ତି ମୁଁ କେମିତି ଏତେ ଲୋକଙ୍କୁ ସାହାଯ୍ୟ କରିପାରୁଛି । ମୁଁ କୁହେ, କୌଣସି ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଇଚ୍ଛା ଥିବା ଆବଶ୍ୟକ । ଅଜଣା ଲୋକଙ୍କ ୨ ଥର ଫୋନ୍‌ କରିବା ପାଇଁ ମୁଁ ୨ ଥର ଭାବେ ନାହିଁ । ବେଳେବେଳ ଆମେ ଭାବୁ ମୁଁ ଜଣଙ୍କ ଠାରୁ ଥରେ ସାହାଯ୍ୟ ନେଇସାରିଛି ତାକୁ ଆଉ ଥରେ କେମିତି ଫୋନ କରିବି । ଆପଣ ୧୦ ଥର ଫୋନ କରନ୍ତୁ ଏବଂ କୁହନ୍ତୁ ମୁଁ ଯାହାକୁ ସାହାଯ୍ୟ କରିବାକୁ ଚାହୁଁଛି ତାଙ୍କୁ ଜାଣିନାହିଁ ପ୍ଲିଜ୍‌ ସାହାଯ୍ୟ କରନ୍ତୁ । ଦେଖିବେ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ ମିଳିବ ।’