ଧମାଲ କରୁଛି ରୋହିତ ସେଠୀଙ୍କ ସୂର୍ଯ୍ୟାବଂଶୀ

ଧମାଲ କରୁଛି ରୋହିତ ସେଠୀଙ୍କ ସୂର୍ଯ୍ୟାବଂଶୀ

ବଲିଉଡ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନ୍ତି ଫିଲ୍ମ ‘ସୂର୍ଯ୍ୟାବଂଶୀ’ ଆଜି ରିଲିଜ୍ ହୋଇଛି। ଲୋକମାନେ ଏହି ଫିଲ୍ମକୁ ଗତ ୨ ବର୍ଷରୁ ଅପେକ୍ଷା କରି ରହିଥିଲେ। ଏହି ଫିଲ୍ମରେ ରୋହିତ ଶେଟ୍ଟୀ ଏବଂ ଅକ୍ଷୟ କୁମାର ପ୍ରଥମ ଥର ପାଇଁ ଏକାଠି କାମଛନ୍ତି। ଫିଲ୍ମଟି ରିଲଜ ଦିନ ଗ୍ରାଣ୍ଟ ଓପନିଂ କରିଥିବା ବେଳେ ଏହା ଭଲ ରୋଜଗାର କରି ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିପାରିବ ବୋଲି ଆଶା କରାଯାଉଛି।‘ସୂର୍ଯ୍ୟାବଂଶୀ’ ବକ୍ସ ଅଫିସରେ ନିଜର ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରି ଦେଇଛ। ରିଲିଜ୍ ଦିନ ପୂର୍ବରୁ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିଲା। ଆଡଭାନ୍ସ ବୁକିଂ ମାଧ୍ୟମରେ ଏହି ଫିଲ୍ମ ୨ କୋଟି ଟଙ୍କା ରୋଜଗାର କରିବାରେ ସକ୍ଷମ ହେବା ସହ ନୂଆ ରେକର୍ଡ଼ ସୃଷ୍ଟି କରିଛି। ଫିଲ୍ମରେ ଅକ୍ଷୟ କୁମାରଙ୍କୁ କପ ଷ୍ଟାର ଜଲ୍ୱା ସହ ଅଜୟ ଦେବଗନ୍ ଏବଂ ରଣବୀର ସିଂଙ୍କ ଦମଦାର ଅଭିନୟ ଦେଖିବାକୁ ମିଳୁଛି। ଏହି ଫିଲ୍ମରେ ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳୁଛି। ଏହି ଉଭୟ କଳାକାର ଅନେକ ବର୍ଷ ପରେ ଏକାଠି ସ୍କ୍ରିନ ସେୟାର କରିଛନ୍ତି।