ଦକ୍ଷିଣ ଆଫ୍ରିକା ଲେଖକ ଡାମନଙ୍କୁ ବୁକର ପୁରସ୍କାର

ଦକ୍ଷିଣ ଆଫ୍ରିକା ଲେଖକ ଡାମନଙ୍କୁ ବୁକର ପୁରସ୍କାର

ଦକ୍ଷିଣ ଆଫ୍ରିକାର ଲେଖକ ଡାମନ ଗାଲଗଟଙ୍କ ଲିଖିତ ଉପନ୍ୟାସ ‘ଦି ପ୍ରମିଜ’କୁ ବୁକର ପୁରସ୍କାର ପ୍ରଦାନ କରାଯାଇଛି । ଏହାର ପ୍ରତିକ୍ରିୟାରେ ଡାମନ କହିଛନ୍ତି, ତାଙ୍କର ଏହି ଉପନ୍ୟାସ ବହୁଳ ଆଦୃତ ଓ ଚର୍ଚ୍ଚିତ ହୋଇଛି, ଯେଉଁଥିରେ ସମୟ ଅତିବାହିତ ହେବା ସହିତ ତାହା କିଭଳି ଏକ ପରିବାର, ଏକ ରାଷ୍ଟ୍ର, ଏହାର ରାଜନୀତି ଏବଂ ନ୍ୟାୟ ସମ୍ପର୍କିତ ଧରଣା ଉପରେ କିଭଳି ପ୍ରଭାବ ପଡୁଛି, ତାହା ଦର୍ଶାଯାଇଛି । ଏହାସହିତ ଉପନ୍ୟାସନରେ ମୃତ୍ୟୁ ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରାଯାଇଛି । ଜାକବ ଜୁମାଙ୍କ ରାଷ୍ଟ୍ରପତିତ୍ୱ କାଳରେ ତାଙ୍କ ନିଜ ଦେଶରେ ବର୍ଣ୍ଣବୈଷମ୍ୟବାଦ ସ୍ଥିତିର ପୃଷ୍ଠଭୂମିକୁ ନେଇ ଏହି ଉପନ୍ୟାନ ରଚନା କରାଯାଇଛି । ‘ଦି ପ୍ରମିଜ’ରେ ଏକ ଶ୍ୱେତାଙ୍ଗ ପରିବାର କଥା ବର୍ଣ୍ଣନା କରାଯାଇଛି, ଯିଏ ପ୍ରିଟୋରିଆ ବାହାରେ ଏକ କୃଷି କ୍ଷେତକୁ ନେଇ ବାସ କରୁଛନ୍ତି।ଦକ୍ଷିଣ ଆଫ୍ରିକାର ନାଟ୍ୟକାର ଏବଂ ଉପନ୍ୟାସକାର ଡାମନ ଗାଲଗଟ ଏଥିରେ ଏକ ରାଷ୍ଟ୍ର ଗଣତାନ୍ତ୍ରିକ ବ୍ୟବସ୍ଥା ଆଡକୁ ଅଗ୍ରସର ହେଉଥିବାବେଳେ ସଂପୃକ୍ତ ପରିବାର କିଭଳି ଏଥିରୁ ବିଚ୍ଛିନ୍ନ ହୋଇ ଯାଉଛି ତାହା ଦର୍ଶାଇଛନ୍ତି । ଦୀର୍ଘ ଦଶନ୍ଧିର ବିଷୟବସ୍ତୁକୁ ଏଥିରେ ସ୍ଥାନ ଦିଆଯାଇଛି ।