ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ, ସନରାଇଜର୍ସ ହାଇଦ୍ରାବାଦକୁ ୧୬୩ ରନ ଟାର୍ଗେଟ୍ ଦେଲା ଗୁଜରାଟ ଟାଇଟନ୍ସ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ, ସନରାଇଜର୍ସ ହାଇଦ୍ରାବାଦକୁ ୧୬୩ ରନ ଟାର୍ଗେଟ୍ ଦେଲା ଗୁଜରାଟ ଟାଇଟନ୍ସ
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ, ସନରାଇଜର୍ସ ହାଇଦ୍ରାବାଦକୁ ୧୬୩ ରନ ଟାର୍ଗେଟ୍ ଦେଲା ଗୁଜରାଟ ଟାଇଟନ୍ସ

ମୁମ୍ବାଇ ୧୧।୦୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଆଇପିଏଲର ୨୧ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ୭ ଓ୍ଵିକେଟ୍ ହରାଇ ୧୬୨ ରନ କରିଛି। ଟୂର୍ଣ୍ଣାମେଣ୍ଟରେ ଦ୍ଵିତୀୟ ବିଜୟ ହାସଲ ପାଇଁ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ୧୬୩ ରନର ବିଜୟ ଲକ୍ଷ୍ୟ ରହିଛି। ପାଣ୍ଡ୍ୟାଙ୍କ ଅପରାଜିତ ୫୦ ରନ ଏବଂ ଅଭିନବ ମନୋହରଙ୍କ ୩୫ ରନ ବଳରେ ଗୁଜରାଟ ଏହି ସ୍କୋରରେ ପହଞ୍ଚି ପାରିଛି। ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ ଏବଂ ଭୁବନେଶ୍ଵର କୁମାର ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଟାଇଟନ୍ସ ୨୪ ରନ ସ୍କୋରରେ ଶୁବମାନ ଗିଲ(୭)ଙ୍କ ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ସାଇ ସୁଦର୍ଶନ(୧୧)ଙ୍କ ପରେ ମାଥ୍ୟୁ ଓ୍ଵାଦେ(୧୯) ପାଭିଲିୟନ ଫେରିଥିଲେ। ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଡେଭିଡ୍ ମିଲର ଚତୁର୍ଥ ଓ୍ଵିକେଟ୍‌ରେ ୪୦ ରନ ଯୋଡି ଦଳୀୟ ସ୍କୋର ୧୦୦ରେ ପହଞ୍ଚାଇଥିଲେ। ମିଲର ୧୨ ରନ କରି ଆଉଟ୍ ହୋଇଥିଲେ। ପାଣ୍ଡ୍ୟା ଏବଂ ଅଭିନବ ମନୋହର ଦ୍ରୁତ ବ୍ୟାଟିଂ କରି ପଞ୍ଚମ ଓ୍ଵିକେଟ୍ ପାଇଁ ୫୦ ରନ ଯୋଡିଥିଲେ। ମନୋହର ୨ଓ ବଲରୁ ୫ ଚୌକା ଏବଂ ୧ ଛକା ସହ ୩୫ ରନ କରି ଆଉଟ୍ ହୋଇଥିଲେ।  ହାର୍ଦ୍ଦିକ ପାଣ୍ଡ୍ୟା ୪୨ ବଲରୁ  ୪ ଚୌକା ଏବଂ ୧ ଛକା ସହ ୫୦ ରନରେ ଅପରାଜିତ ଥିଲେ। ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୬୨ ରନ କରି ପାରିଛି।