Tag: Sports

Total 467 Posts

ଧୋନିଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍

ଧୋନି ଫ୍ୟାନଙ୍କ ପାଇଁ ଖୁସି ଖବର । ରାଞ୍ଚି ରକର୍ସ ଏମ ଏସ୍ ଧୋନିଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ଆସନ୍ତା ୧୪ ତାରିଖରୁ ଆଇପିଏଲ-୧୩ ପାଇଁ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଥିବା ଚେନ୍ନାଇ ସୁପରକିଙ୍ଗସ୍‌ର ଟ୍ରେନିଂ କ୍ୟାମ୍ପରେ

ପୂର୍ବତନ ଭାରତୀୟ ଫୁଟବଲର୍‌ ମନିତୋମ୍ବିଙ୍କ ପରଲୋକ

ପୂର୍ବତନ ଭାରତୀୟ ଓ ମୋହନ ବାଗାନ ଫୁଟବଲ୍ ତାରକା ମନିତୋମ୍ବି ସିଂହଙ୍କର ମାତ୍ର ୩୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ମଣିପୁରର ଇମ୍ଫାଲ ନିକଟସ୍ଥ ନିଜ ‌ପୈତୃକ ଘରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ସେ ମନି‌ତୋମ୍ବି ଦୀର୍ଘ ଦିନ ହେବ

ଆଇପିଏଲ ସ୍ପନସରଶିପ୍‌ ନେବାକୁ ପତାଞ୍ଜଳି ଆଗ୍ରହୀ

ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଟାଇଟଲ ପ୍ରାୟୋଜକ ହୋଇପାରେ ପତାଞ୍ଜଳି। ସ୍ପନସରଶିପ୍‌ ଲାଗି କମ୍ପାନୀ ପକ୍ଷରୁ ଆଗ୍ରହ  ପ୍ରକାଶ କରାଯାଇଥିବା ନେଇ ପତଞ୍ଜଳି ସ୍ପଷ୍ଟ କରିଛି। କିନ୍ତୁ କାହାକୁ ସ୍ପନସରଶିପ୍‌ ମିଳିବ ତାହା ସ୍ପଷ୍ଟ ହୋଇନାହିଁ। ନିକଟ ଅତୀତରେ ବିସିସିଆଇ ଚାଇନିଜ୍‌ ମୋବାଇଲ୍‌

୨୦୨୧ ଯାଏ ସ୍ଥଗିତ ହେଲା ଆଇପିଏଲ ପାଇଁ ଭାରତ-ଇଂଲଣ୍ଡ ସିରିଜ୍‌

ବ୍ୟୟ ବହୁଳ ଆଇପିଏଲ ପାଇଁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସୀମିତ ଓଭର କ୍ରିକେଟ ସିରିଜ୍‌କୁ ବିସିସିଆଇ ୨୦୨୧ ଜାନୁଆରୀ ମାସ ଯାଏ ସ୍ଥଗିତ ରଖିଦେଇଛି। ସେପ୍ଟେମ୍ବର-ଅକ୍ଟୋବର ମାସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ଏବଂ

ମହିଳା ଆଇପିଏଲ ନିଶ୍ଚିତ ଭାବେ ଆୟୋଜନ ହେବ : ଗାଙ୍ଗୁଲି

ଏବର୍ଷ ମହିଳା ଆଇପିଏଲ ଆୟୋଜନ କରାଯିବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି । ଏହା ସହିତ ମହିଳା ଆଇପିଏଲକୁ ନେଇ ଗତ କିଛି ସପ୍ତାହ ଧରି ଚାଲିଥିବା ଅନିଶ୍ଚିତତାର ଅନ୍ତ ଘଟିଛି ।ଆଜି ବିସିସିଆଇର ଗଭର୍ଣ୍ଣିଂ କାଉନସିଲ

ଘରୋଇ କ୍ରିକେଟ ପ୍ରତିଯୋଗିତାରୁ ଅବସର ଘୋଷଣା କଲେ ଦିଲ୍ଲୀ ଅଲରାଉଣ୍ଡର ରଜତ ଭାଟିଆ

ଖ୍ୟାତନାମା ଅଲରାଉଣ୍ଡର ଭାବେ ଜଣାଶୁଣା ରଜତ ଭାଟିଆ ଘରୋଇ କ୍ରିକେଟରୁ ନିଜର ଅବସର ଘୋଷଣା କରିଛନ୍ତି । ଦିଲ୍ଲୀର ଏହି ଷ୍ଟାର ଅଲରାଉଣ୍ଡର ଦୀର୍ଘ ୨୦ ବର୍ଷ ଧରି ଘରୋଇ କ୍ରିକେଟ ଖେଳିଛନ୍ତି । ୨୦୦୦ ମସିହାରେ ତାମିଲନାଡୁ ପାଇଁ କ୍ରିକେଟ

ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍‌ ହାତେଇଲା ଇଂଲଣ୍ଡ

ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଚାଲିଥିବା ଅନ୍ତିମ ଟେଷ୍ଟରେ ୱେଷ୍ଟଇଣ୍ଡିଜକୁ ୨୬୯ ରନରେ ପରାସ୍ତ କରିବାରେ ସଫଳ ହୋଇଛି ଇଂଲଣ୍ଡ ଦଳ । ଏହି ମ୍ୟାଚ ବିଜୟ ସହ ୨-୧ ସିରିଜକୁ କବ୍‌ଜା କରିନେଇଛି ଇଂଲଣ୍ଡ ଟିମ । ଚତୁର୍ଥ ଇଂନିସରେ ବ୍ୟାଟିଙ୍ଗ

ଉଲ୍ଲେଖନୀୟ ସଫଳତା ହାସଲ କଲେ ବ୍ରଡ୍‌: ୫୦୦ ଟେଷ୍ଟ ଉଇକେଟ୍‌ କ୍ଲବ୍‌ରେ ସାମିଲ୍‌

ଭ୍ରମଣକାରୀ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଏଠାରେ ଚାଲିଥିବା ୩ୟ ଟେଷ୍ଟ ଅବସରରେ ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ଏକ ବିରଳ ସଫଳତା ହାସଲ କରିବାରେ ସମର୍ଥ ହୋଇଛନ୍ତି । ଟେଷ୍ଟ କ୍ରିକେଟ୍‌ ଇତିହାସରେ ବିଶ୍ୱର ୭ମ ବୋଲର ଭାବେ ବ୍ରଡ୍‌ ୫୦୦

୭୦ ମିଲିୟନ ଅତିକ୍ରମ କଲା କୋହଲିଙ୍କ ଇନ୍‌ଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା

ବିରାଟ କୋହଲି ଏକ ବିରଳ ସଫଳତା ହାସଲ କରିଛନ୍ତି । କୋହଲିଙ୍କ ଇନ୍‌ଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ୭୦ ମିଲିୟନ ଅତିକ୍ରମ କରିଥିବାର ସୂଚନା ମିଳିଛି । ପ୍ରଥମ ଭାରତୀୟ ଭାବେ ସୋସିଆଲ ମିଡିଆ ସାଇଟ୍‌ ଇନ୍‌ଷ୍ଟାଗ୍ରାମରେ କୋହଲି ଏହି ମ୍ୟାଜିକାଲ ସଂଖ୍ୟା

ଲିଜେଣ୍ଡ୍ସ ଅଫ୍‌ ଚେସ୍‌ ଟୁର୍ନାମେଣ୍ଟରେ ଆନନ୍ଦଙ୍କ କ୍ରମାଗତ ପଞ୍ଚମ ପରାଜୟ

ପୂର୍ବତନ ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦଙ୍କ ଖରାପ୍‌ ଫର୍ମ ଜାରି ରହିଛି । ଦେଢ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଲିଜେଣ୍ଡ୍ସ ଅଫ ଚେସ୍‌ ଅନ୍‌ଲାଇନ୍‌ ଟୁର୍ନାମେଣ୍ଟରେ ଆନନ୍ଦ କ୍ରମାଗତ ପଞ୍ଚମ ପରାଜୟ ବରଣ କରିଛନ୍ତି । ପଞ୍ଚମ

ଆଇସିସି ଅଧ୍ୟକ୍ଷ ପଦ ପାଇଁ ଗାଙ୍ଗୁଲିଙ୍କୁ ସାଙ୍ଗକାରାଙ୍କ ପୂର୍ଣ୍ଣ ସମର୍ଥନ

ଶ୍ରୀଲଙ୍କା କ୍ରିକେଟର କୁମାର ସାଙ୍ଗକାରା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଆଇସିସି ଅଧ୍ୟକ୍ଷ ପଦ ନେଇ ପୂର୍ଣ୍ଣ ସମର୍ଥନ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଅଧ୍ୟକ୍ଷ ପଦ ପାଇଁ ଗାଙ୍ଗୁଲି ଯୋଗ୍ୟ ପ୍ରାର୍ଥୀ ବୋଲି ସେ କହିଛନ୍ତି ।