ଏକ ଛୋଟ ଭୁଲ୍ ହୋଇପାରେ ଟମାଟୋ ଫ୍ଲୁର କାରଣ, ନିଜକୁ ଏହିପରି ନିଜକୁ ରଖନ୍ତୁ ସୁରକ୍ଷିତ

ଏକ ଛୋଟ ଭୁଲ୍ ହୋଇପାରେ ଟମାଟୋ ଫ୍ଲୁର କାରଣ, ନିଜକୁ ଏହିପରି ନିଜକୁ ରଖନ୍ତୁ ସୁରକ୍ଷିତ
ଏକ ଛୋଟ ଭୁଲ୍ ହୋଇପାରେ ଟମାଟୋ ଫ୍ଲୁର କାରଣ, ନିଜକୁ ଏହିପରି ନିଜକୁ ରଖନ୍ତୁ ସୁରକ୍ଷିତ

ଭାରତର ଦକ୍ଷିଣ ରାଜ୍ୟ କେରଳର କୋଲ୍ଲମ ଜିଲ୍ଲାରେ ଟମାଟୋ ଫ୍ଲୁ ମାମଲା ବଢିବାରେ ଲାଗିଛି । ୫ ବର୍ଷରୁ କମ୍ ବୟସର ପିଲାମାନଙ୍କଠାରେ ଏହି ଫ୍ଲୁ ଦେଖାଦେଉଛି । ବର୍ତ୍ତମାନ ସୁଦ୍ଧା ଏହି ଫ୍ଲୁର ପ୍ରକୃତ କାରଣ ବିଷୟରେ ସମ୍ପୂର୍ଣ୍ଣ ସୂଚନା ମିଳିପାରିନାହିଁ । କିନ୍ତୁ ଏହାକୁ ବ୍ୟାପିବାରୁ ରୋକିବାକୁ ଚେଷ୍ଟା ଜାରି ଅଛି । ସ୍ବାସ୍ଥ୍ୟ ବିଭାଗ ଏହି ରୋଗରୁ ରକ୍ଷା ପାଇବା ପାଇଁ ସଚେତନତା ଅଭିଯାନ ଚଳାଇଛନ୍ତି । ତେବେ ଆସନ୍ତୁ ଜାଣିବା କଣ ଏହି ଟମାଟୋ ଫ୍ଲୁ ଏବଂ କିପରି ଏଥିରୁ ବର୍ତ୍ତିପାରିବା ।

ଟମାଟୋ ଫ୍ଲୁ ହେଉଛି ଏକ ପ୍ରକାର ଫ୍ଲୁ ଯାହା ଛୋଟ ପିଲାଙ୍କୁ ସଂକ୍ରମିତ କରୁଛି । ଏହାର ପ୍ରକୃତ କାରଣ ଜଣା ପଡିନଥିବା ବେଳେ କିଛି ବିଶେଷଜ୍ଞ ଏହା ପଛର କାରଣ ଡେଙ୍ଗୁ କିମ୍ବା ଚିକନଗୁନିଆକୁ ଦର୍ଶାଉଛନ୍ତି । ଏହି ପ୍ରକାରର ଫ୍ଲୁରେ ପିଲାମାନଙ୍କ ଚର୍ମରେ ଲାଲ୍ ଫୁଲା ଦେଖାଯାଏ । ବେଳେବେଳେ ଏହା ଟମାଟୋ ଆକାରରେ ଦେଖାଯାଇଥାଏ । ଏହି କାରଣରୁ ଏହାକୁ ଟମାଟୋ ଫ୍ଲୁ ବୋଲି କୁହାଯାଏ । ଯଦିଓ ଏହି ଫ୍ଲୁ କେରଳରେ ଆତଙ୍କ ସୃଷ୍ଟି କିନ୍ତୁ ଅନ୍ୟ ରାଜ୍ୟଗୁଡିକୁ ମଧ୍ୟ ସତର୍କ ରହିବା ଆବଶ୍ୟକ ।

ଟମାଟୋ ଫ୍ଲୁ ଏକ ସଂକ୍ରାମକ ରୋଗ ଯାହା ଛୁଇଁବା ଦ୍ବାରା ବ୍ୟାପିଥାଏ । ଯଦି ଆପଣଙ୍କ ଚାରିପାଖରେ କୋହି ଏହି ରୋଗରେ ପୀଡିତ ତେବେ ତାଙ୍କଠାରୁ ଦୂରେଇ ରୁହନ୍ତୁ । ବିଶେଷ କରି ପିଲାମାନଙ୍କୁ ଏହି ଫ୍ଲୁ ରୋଗୀଙ୍କ ନିକଟକୁ ଆସିବାକୁ ଦିଅନ୍ତୁ ନାହିଁ ।

ଚର୍ମରେ ଲାଲ୍ ଫୁଲା, ଚର୍ମରେ ଉତ୍ତେଜନା, ଗଣ୍ଠି ଯନ୍ତ୍ରଣା, ନାକକୁ ପାଣି ବୋହିବା, ଅତ୍ୟଧିକ ଜ୍ବର, ପେଟ ଫୁଲିଯିବା, ବାନ୍ତି, କାଶ, ଶରୀର ଯନ୍ତ୍ରଣା, ଛିଙ୍କିବା, ଡାଇରିଆ, ଥକ୍କାପଣ ଆଦି ଏହି ଫ୍ଲୁର ଲକ୍ଷଣ ହୋଇଥାଏ ।

ଏହି ଟମାଟୋ ଫ୍ଲୁରୁ ରକ୍ଷା ପାଇବା ପାଇଁ ଆପଣଙ୍କ ଘର ଭିତର ଏବଂ ଚାରିପାଖକୁ ପରିଷ୍କାର ପରିଚ୍ଛନ୍ନତା ରଖନ୍ତୁ । ଯଦି ଶିଶୁର ଶରୀରରେ ଲାଲ ରଙ୍ଗର ଦାଗ ହୋଇଯାଏ ତେବେ ତାଙ୍କୁ କୁଣ୍ଡେଇବାକୁ ଦିଅନ୍ତୁନାହିଁ । ଫ୍ଲୁ ସଂକ୍ରମିତଙ୍କଠାରୁ ନିଜ ପିଲାଙ୍କୁ ଦୂରେଇ ରଖନ୍ତୁ ଏବଂ ସେମାନଙ୍କ ଜିନିଷ ବ୍ୟବହାର କରନ୍ତୁନାହିଁ । ଗ୍ରୀଷ୍ମ ଋତୁରେ ପିଲାଙ୍କ ଶରୀରରେ ଜଳର ଅଭାବ ହେବାକୁ ଦିଅନ୍ତୁ ନାହିଁ । ନିୟମିତ ବ୍ୟବଧାନରେ ଫଳ ରସ ପିଇବାକୁ ଦିଅନ୍ତୁ ।