Thursday, March 28, 2024
35.9 C
Odisha

    ୨୦୨୪ ଟିମ୍ ଇଣ୍ଡିଆକୁ ମିଳିବନି ଆରାମ! ପଢନ୍ତୁ ବର୍ଷକ ଯାକ କେଉଁଠି କାହା ସହ ଅଛି ମ୍ୟାଚ?

    ଆଗକୁ ପଢନ୍ତୁ

    ଆରମ୍ଭ ହୋଇଛି ନୂଆ ବର୍ଷ । ଧୁମଧାମରେ ୨୦୨୩ରୁ ବିଦାୟ ଦେଇ ୨୦୨୪କୁ ସ୍ୱାଗତ କରିଛନ୍ତି ଲୋକେ । ସେହିପରି ଭାରତୀୟ କ୍ରିକେଟ ଟିମ ମଧ୍ୟ ନୂଆ ବର୍ଷ ପରେ ନିଜ ବର୍ଷ ଯାକର ମ୍ୟାଚ ସୂଚୀ ପାଇଁ ପ୍ରସ୍ତୁତ ହୋଇସାରିଛି । ଟିମ ଇଣ୍ଡିଆ ୨୦୨୩ର ଆରମ୍ଭ ବିଜୟ ସହ କରିଥିଲା । ହେଲେ ଅନ୍ତ କିନ୍ତୁ ପରାଜୟରେ ଶେଷ ହୋଇଛି । ଟିମ ଇଣ୍ଡିଆ ୨୦୨୩ରେ ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିଥିଲା । ଯେଉଁଥିରେ ପ୍ରଥମ ମ୍ୟାଚ ଜିତି ଭାରତ ନୂଆ ବର୍ଷକୁ ସ୍ୱାଗତ କରିଥିଲା । ସେହିପରି ୨୦୨୩ର ଶେଷ ମ୍ୟାଚ ଭାରତ ଦକ୍ଷିଣ ଆଫ୍ରିକା ସହ ଖେଳି ପରାଜୟର ଶିକାର ହୋଇଛି । ତେବେ ୨୦୨୩ ବିଦାୟ ନେବା ପରେ ଏବେ ୨୦୨୪ ଆସିଛି । ତେବେ ଦେଖିବା ବାକି ରହିଲା । ଟିମ ଇଣ୍ଡିଆ ପାଇଁ ଚଳିତ ବର୍ଷ କେମିତି ରହିବ । ତେବେ ନଜର ପକାନ୍ତୁ ଭାରତର ୨୦୨୪ ମ୍ୟାଚ ସୂଚୀ ଉପରେ । କେବେ କାହା କାହା ସହ ଭାରତ ମ୍ୟାଚ ଖେଳିବ ।
    ଟିମ ଇଣ୍ଡିଆର ୨୦୨୪ ସିଡ୍ୟୁଲ –
    ୩ରୁ ୭ ଜାନୁଆରୀ- ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ, କେପ ଟାଉନ
    ୧୧ରୁ ୧୭ ଜାନୁଆରୀ – ଆଫଗାନିସ୍ତାନ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ
    ୨୫ ଜାନୁଆରୀରୁ ୧୧ ମାର୍ଚ୍ଚ – ଇଂଲଣ୍ଡ ବିପକ୍ଷରେ ୫ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ
    ମାର୍ଚ୍ଚରୁ ମେ ଯାଏଁ- ଆଇପିଏଲ ୨୦୨୪ ସିଜିନ
    ୪ ଜୁନରୁ ୩୦ ଜୁନ ଯାଏଁ – ଆଇସିସି ଟି-୨୦ ବିଶ୍ୱକପ
    ଜୁଲାଇ – ଶ୍ରୀଲଙ୍କା ବିପକ୍ଷରେ ୩ ଦିନିକିଆ ଓ ୩ ଟି-୨୦
    ସେପ୍ଟେମ୍ବର – ବାଂଲାଦେଶ ବିପକ୍ଷରେ ୨ଟେଷ୍ଟ ଓ ୩ ଟି-୨୦
    ଅକ୍ଟୋବର – ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ଟେଷ୍ଟ
    ନଭେମ୍ବର ଓ ଡିସେମ୍ବର – ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ଟେଷ୍ଟ ମ୍ୟାଚର ସିରିଜ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    35.9 ° C
    35.9 °
    35.9 °
    18 %
    4kmh
    77 %
    Thu
    36 °
    Fri
    40 °
    Sat
    41 °
    Sun
    38 °
    Mon
    41 °

    ସମ୍ବନ୍ଧିତ