ବିଗ୍ବସ୍-୧୫ର ବିଜେତା ହେଲେ ତେଜସ୍ୱୀ ପ୍ରକାଶ

ବିଗ୍ବସ୍-୧୫ର ବିଜେତା ହୋଇଛନ୍ତି ତେଜସ୍ୱୀ ପ୍ରକାଶ । ଶ୍ରେଷ୍ଠ ୩ ଜଣଙ୍କ ମଧ୍ୟରେ ପହଞ୍ଚିବା ପରେ କରଣ କୁନ୍ଦ୍ରା ଓ ପ୍ରତୀକ ସହଜପାଳଙ୍କୁ ହରାଇ ବିଗ୍ବସ୍-୧୫ ଟ୍ରଫି ହାସଲ କରିଛନ୍ତି ତେଜସ୍ୱୀ ପ୍ରକାଶ । ବିଗ୍ବସ୍-୧୫ ବିଜେତା ହେବା ପରେ ତେଜସ୍ୱୀଙ୍କୁ ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବା ସହ ତାଙ୍କୁ ନାଗିନ ୬ରେ କାମ କରିବାକୁ ଅଫର ମିଳିଛି । ଫିନାଲେରେ ଶ୍ରେଷ୍ଠ ୨ରେ ତେଜସ୍ୱୀ ଓ ପ୍ରତୀଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ଶୋ’ରେ ଉପସ୍ଥିତ ସମସ୍ତ ଲୋକ ପ୍ରତୀକଙ୍କୁ ବିଜେତା ଭାବୁଥିଲେ । ସାମାଜିକ ଗଣମାଧ୍ୟମରେ ମଧ୍ୟ ପ୍ରତୀକଙ୍କ ନାଁ ବିଜେତା ହେବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଏଥର ଟ୍ରଫି ତେଜସ୍ୱୀଙ୍କ ପାଖକୁ ଯାଇଛି।ବିଗ୍ବସ୍-୧୫ର ଟ୍ରଫି ଜିତିବା ପରେ ତେଜସ୍ୱୀ ପ୍ରକାଶ ଅଭିଭାବକଙ୍କ ସହିତ ନିଜର ପ୍ରଥମ ଫଟୋ ସେୟାର କରିଛନ୍ତି । କଳା ପୋଷାକରେ ବିଗ୍ବସ୍ର ଟ୍ରଫି ଧରି ତେଜସ୍ୱୀ ନିଜର ବାପା-ମା’ଙ୍କ ସହିତ ଦେଖାଯାଉଛନ୍ତି । ବିଗ୍ବସ୍-୧୫ ବିଜେତା ତେଜସ୍ୱୀ ପ୍ରକାଶ ପ୍ରଥମେ କଲର୍ସର ଶୋ’ ‘ସ୍ୱରଗିନୀ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହା ପରେ ସେ ରୋହିତ ଶେଟ୍ଟୀଙ୍କ ରୀୟଲିଟି ଶୋ’ ‘ଖତରୋ କେ ଖିଲାଡି ସିଜନ-୧୦’ରେ ନଜର ଆସିଥିଲେ । ଏଥିରେ ସେ ବିଜୟୀ ହୋଇପାରି ନଥିଲେ ।
Comments (0)