ଖୁବ ଶୀଘ୍ର ଖୋଲିବ ମନ୍ଦିର !

ଖୁବ ଶୀଘ୍ର ଖୋଲିବ ମନ୍ଦିର !

ଓଡ଼ିଶାରେ କିଛି ପ୍ରମୁଖ ମନ୍ଦିର ଖୋଲିବା ନେଇ ସଙ୍କେତ ମିଳିଛି । କରୋନା କଟକଣା ଭିତରେ ଭକ୍ତଙ୍କ ପାଇଁ ରାଜ୍ୟର କିଛି ମନ୍ଦିର ଖୋଲିବା ନେଇ ଯୋଜନା କରୁଛନ୍ତି ରାଜ୍ୟ ସରକାର ।

State govt directs temple admn of Puri and other major temples of state under Endowment to prepare plan of action for opening temples for worshippers adhering to covid regulations.Respective Collectors will submit report after consultation with all stake holders in next 10 days.

— ChiefSecyOdisha (@SecyChief) October 8, 2020

ଏନେଇ ପୁରୀ ଶ୍ରୀମନ୍ଦିର ଓ ଅନ୍ୟ ପ୍ରମୁଖ ମନ୍ଦିରର ପ୍ରଶାସନକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ କଟକଣା ଭିତରେ କିଭଳି ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯିବ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ସେସବୁ ଜିଲ୍ଲାର ଜିଲ୍ଲାପାଳମାନେ ୧୦ ଦିନ ଭିତରେ ରିପୋର୍ଟ ଦେବେ । ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କରୋନା କଟକଣା ଭିତରେ ରାଜ୍ୟରେ ମଲ୍, ସିନେମା ହଲ୍, ମାର୍କେଟ ଆଦି ଖୋଲିଛି । କେବଳ ଭକ୍ତଙ୍କ ପୂର୍ଜାର୍ଚ୍ଚନା ପାଇଁ ବନ୍ଦ ରହିଛି ମନ୍ଦିର ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ।