୯ରେ ବିଧାନସଭା ଘେରାଉ କରିବ ଭାଜପା ଯୁବମୋର୍ଚ୍ଚା

୯ରେ ବିଧାନସଭା ଘେରାଉ କରିବ ଭାଜପା ଯୁବମୋର୍ଚ୍ଚା

ଭାଜପା ଯୁବମୋର୍ଚ୍ଚା ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ । ମମିତା ମେହେରଙ୍କୁ ନ୍ୟାୟ ଦେବା ଦାବିରେ ଏଭଳି ପ୍ରତିବାଦ କରାଯିବ। ଆନ୍ଦୋଳନରେ ଓଡ଼ଶାର କୋଣ ଅନୁକୋଣରୁ ହଜାର ହଜାର ଯୁବ ଭାଜପା କର୍ମୀ ଯୋଗଦେବେ । ଯେପର୍ଯ୍ୟନ୍ତ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଏବଂ ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇନାହାନ୍ତି, ଭାଜପା ଆନ୍ଦୋଳନ ଜାରି ରଖିବ ବୋଲି ରାଜ୍ୟ ଭାଜପା ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ କହିଛନ୍ତି ।