ବୁଧବାର କ୍ୟାବିନେଟ୍‌ରେ କୃଷି ଆଇନ୍‌ ପ୍ରତ୍ୟାହାରକୁ ମିଳିବ ମଞ୍ଜୁରୀ !

ବୁଧବାର କ୍ୟାବିନେଟ୍‌ରେ କୃଷି ଆଇନ୍‌ ପ୍ରତ୍ୟାହାରକୁ ମିଳିବ ମଞ୍ଜୁରୀ !

୩ଟି ନୂଆ କୃଷି ଆଇନ୍‌ର ପ୍ରତ୍ୟାହାର ପାଇଁ ପିଏମ୍ ନରେନ୍ଦ୍ର ମୋଦିଙ୍କ ତରଫରୁ ଘୋଷଣା କରାଯିବା ପରେ ଏବେ ଏହାର ପ୍ରକ୍ରିୟା ମଧ୍ୟ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ସରକାରୀ ସୂତ୍ର ମୁତାବିକ ବୁଧବାର କେନ୍ଦ୍ରୀୟ କ୍ୟାବିନେଟ୍‌ରେ ଆଇନ୍‌ର ପ୍ରତ୍ୟାହାର ନେଇ ପ୍ରସ୍ତାବ ଉପସ୍ଥାପିତ କରାଯାଇ ପାରେ।

କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିବା ପରେ ଏହି ମାସର ଶେଷରେ ଆରମ୍ଭ ହେବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନରେ ଏହାକୁ ପ୍ରତ୍ୟାହାର ପାଇଁ ଉପସ୍ଥାପିତ କରାଯିବ ।

ପ୍ରଧାନମନ୍ତ୍ରୀ ମୋଦି ଆନ୍ଦୋଳନ ଶେଷ କରିବାକୁ ଅନୁରୋଧ କରି କହିଥିଲେ କି ଏହି ମାସର ଶେଷରେ ଆରମ୍ଭ ହେଉଥିବା ସଂସଦର ଶୀତକାଳୀନ ଅଧିବେଶନରେ ଔପଚାରିକ ଭାବେ ଏହି ୩ଟି ଆଇନ୍‌କୁ ରଦ୍ଦ କରିଦିଆଯିବ। ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ବାଣୀକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ କି ଯାହା କିଛି କରିଛି ତାହା କୃଷକଙ୍କ ପାଇଁ ଥିଲା ଏବଂ ଯାହା ବି କରୁଛି , ତାହା ବି ଦେଶ ପାଇଁ ।