ହିରୋ ଇଣ୍ଡିଆ ସୁପର ଲିଗ୍‌ର ପ୍ରଥମ ୧୧ ରାଉଣ୍ଡ କାର୍ଯ୍ୟସୂଚୀ ଘୋଷିତ

ହିରୋ ଇଣ୍ଡିଆ ସୁପର ଲିଗ୍‌ର ପ୍ରଥମ ୧୧ ରାଉଣ୍ଡ କାର୍ଯ୍ୟସୂଚୀ ଘୋଷିତ

ଫୁଟବଲ ସ୍ପୋର୍ଟ୍ସ ଡେଭଲେପମେଂଟ ଲିମିଟେଡ ସୋମବାର ହିରୋ ଇଣ୍ଡିଆ ସୁପର ଲିଗ୍‌ର ପ୍ରଥମ ୧୧ ରାଉଣ୍ଡ କାର୍ଯ୍ୟସୂଚୀ ଘୋଷିତ କରିଛି । ୧୯ ନଭେମ୍ବରରେ ମୋହନବାଗାନ ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ସମସ୍ତ ମ୍ୟାଚ ଗୋଆର ବିଭିନ୍ନ ଷ୍ଟାଡିୟମରେ ଖେଳାଯିବ । ଏହି ପର୍ଯ୍ୟାୟ ସମାପ୍ତ ହେବା ପରେ ଡିସେମ୍ବରରେ ବାକି ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା କରାଯିବ । ଓଡିଶା ଏଫସି ୨୪ ନଭେମ୍ବରରେ ବେଙ୍ଗାଲୁର ଏଫସି ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।

ଓଡିଶା ଏଫସି କାର୍ଯ୍ୟସୂଚୀ:
୨୪ ନଭେମ୍ବର:ବନାମ ବେଙ୍ଗାଲୁର ଏଫସି (ତିଳକ ମୈଦାନ, ସନ୍ଧ୍ୟା ୭ଟା୩୦), ୩୦ ନଭେମ୍ବର: ବନାମ ଇଷ୍ଟବେଙ୍ଗଲ (ତିଳକ ମୈଦାନ, ସନ୍ଧ୍ୟା ୭ଟା୩୦), ୫ ଡିସେମ୍ବର: ବନାମ କେରଳ ବ୍ଲାଷ୍ଟର୍ସ (ତିଳକ ମୈଦାନ, ସନ୍ଧ୍ୟା ୭ଟା୩୦), ୧୦ ଡିସେମ୍ବର:ବନାମ ନର୍ଥଇଷ୍ଟ ୟୁନାଇଟେଡ (ତିଳକ ମୈଦାନ, ସନ୍ଧ୍ୟା ୭ଟା୩୦), ୧୪ ଡିସେମ୍ବର:ବନାମ ଜାମସେଦପୁର ଏଫସି (ତିଳକ ମୈଦାନ, ସନ୍ଧ୍ୟା ୭ଟା୩୦), ୧୮ ଡିସେମ୍ବର: ବନାମ ଚେନ୍ନିୟାନ ଏଫସି (ତିଳକ ମୈଦାନ, ସନ୍ଧ୍ୟା ୭ଟା୩୦),୨୪ ଡିସେମ୍ବର: ବନାମ ଏଫସି ଗୋଆ (ତିଳକ ମୈଦାନ, ସନ୍ଧ୍ୟା ୭ଟା୩୦),୨୮ ଡିସେମ୍ବର:ବନାମ ହାଇଦ୍ରାବାଦ ଏଫସି (ବାମ୍ବୋଲିମ, ସନ୍ଧ୍ୟା ୭ଟା୩୦),୩ ଜାନୁୟାରୀ: ବନାମ ମୁମ୍ବାଇ ସିଟି ଏଫସି (ତିଳକ ମୈଦାନ, ସନ୍ଧ୍ୟା ୭ଟା୩୦),୮ ଜାନୁୟାରୀ :ବନାମ ଏଟିକେ ମୋହନ ବାଗାନ (ଫାଟୋର୍ଡା, ସନ୍ଧ୍ୟା ୭ଟା୩୦)