୩ ବର୍ଷ ପୁଅର ଗଳାକାଟି ହତ୍ୟା କଲା ମା'

୩ ବର୍ଷ ପୁଅର ଗଳାକାଟି ହତ୍ୟା କଲା ମା'

ମା' ନା ରାକ୍ଷସୀ,ପୁଅର ଗଳାକାଟି ହତ୍ୟା କଲା ମାଆ । କୋରାପୁଟ ସଦର ଥାନା ପୋଡାଗଡ ପଞ୍ଚାୟତ ଲୁକୁମାରି ଗାଁରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା। ତିନିବର୍ଷ ପୁଅର ଗଳା କାଟି ମା' ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅତ୍ୟଧିକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ କିମ୍ବା କିଛି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ କୋରାପୁଟ ସଦର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।କେଉଁ ପରିସ୍ଥିତି ରେ ଏପରି ଘଟଣା ଘଟିଲା ଓ କେଉଁ କାରଣ ପାଇଁ ଗୋଟିଏ ନିଷ୍ପାପ ଶିଶୁ କୁ ହତ୍ୟା କଲା ମା ଏହାର ତଦନ୍ତ ମଧ୍ୟ ଚାଲିଛି ।