ମୁମ୍ବାଇରୁ ଦାଉଦ ଗ୍ୟାଙ୍ଗର ଦୁଇ ସହଯୋଗୀ ଗିରଫ

ମୁମ୍ବାଇରୁ ଦାଉଦ ଗ୍ୟାଙ୍ଗର ଦୁଇ ସହଯୋଗୀ ଗିରଫ

ଡି-କମ୍ପାନୀ ଉପରେ NIA ର ଆକ୍ସନ। ମୁମ୍ବାଇରୁ ଦାଉଦ ଗ୍ୟାଙ୍ଗର ଦୁଇ ସହଯୋଗୀଙ୍କୁ ଏନଆଇଏ ଗିରଫ କରିଛି । ଉଭୟ ବଟି ଆଦାୟ, ନିଶା କାରବାର ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିଲେ ।

ଗିରଫ ଦୁଇ ଅଭିଯୁକ୍ତ ହେଲେ ଆରିଫ ଶେଖ୍ ଓ ଶବିର ଶେଖ୍। ଦାଉଦ ଇବ୍ରାହିମ କାସ୍କର ଏବଂ ତାଙ୍କ ସହଯୋଗୀଙ୍କ ସହ ଜଡିତ ଡି-କମ୍ପାନୀ ମାମଲାରେ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଉଭୟ ଡି-କମ୍ପାନୀର ଅବୈଧ କାର୍ଯ୍ୟକଳାପ ଏବଂ ଆତଙ୍କୀ ଫଣ୍ଡିଙ୍ଗ ଭଳି କାମରେ ସାମିଲ ଥିଲେ । ଏନଆଇଏ ଉଭୟଙ୍କୁ ରିମାଣ୍ଡରେ ନେବା ପାଇଁ ଆଜି ସ୍ବତନ୍ତ୍ର ଅଦାଲତରେ ହାଜର କରିବ ।

ଏନଆଇଏ ମେ’ ୯ତାରିଖରେ ବୋଲିଓ୍ବଲି, ସାନ୍ତାକ୍ରୁଜ, ବାନ୍ଦ୍ରା, ନାଗପାଡା, ଗୋରେଗାଓଁ, ପରେଲରେ ୨୯ଟି ସ୍ଥାନରେ ଚଢାଉ କରିଥିଲା । ଗିରଫ ଦୁଇ ଅଭିଯୁକ୍ତ ଶାର୍ପ ସୁଟର୍ସ, ଲୁଟପାଟ, ଡି-କମ୍ପାନୀର ରିୟଲ ଇଷ୍ଟେଟ ମ୍ୟାନେଜର ସହ ଜଡିତ । ଏହା ବ୍ୟତୀତ ଅନେକ ହୱାଲା ଅପରେଟରଙ୍କ ଉପରେ ମଧ୍ୟ ଚଢାଉ ହୋଇଥିଲା ।