ତିଆରି ହେଲା ବିଶ୍ୱର ପ୍ରଥମ ୟୁନିସେକ୍ସ କଣ୍ଡୋମ; ଉଭୟ ପୁରୁଷ ଏବଂ ମହିଳା ବ୍ୟବହାର କରିପାରିବେ

ତିଆରି ହେଲା ବିଶ୍ୱର ପ୍ରଥମ ୟୁନିସେକ୍ସ କଣ୍ଡୋମ;  ଉଭୟ ପୁରୁଷ ଏବଂ ମହିଳା ବ୍ୟବହାର କରିପାରିବେ

ମାଲେସିଆର ଜଣେ ବୈଜ୍ଞାନିକ ବିଶ୍ୱର ପ୍ରଥମ ୟୁନିସେକ୍ସ କଣ୍ଡୋମ ତିଆରି କରିଛନ୍ତି । ଏହି ୟୁନିସେକ୍ସ କଣ୍ଡୋମକୁ ଉଭୟ ପୁରୁଷ ଏବଂ ମହିଳା ବ୍ୟବହାର କରିପାରିବେ । ଏହି ୟୁନିସେକ୍ସ କଣ୍ଡୋମ ମେଡିକାଲ୍ ଗ୍ରେଡ୍ ମ୍ୟାଟେରିଆଲ୍‌ରେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ନିର୍ମିତ ହୋଇଛି । ଏହି ମ୍ୟାଟେରିଆଲ୍ ସର୍ଜିକାଲ୍ କ୍ଷତ ଡ୍ରେସିଙ୍ଗ୍ ପାଇଁ ବ୍ୟବହୃତ ହୁଏ ।

ୟୁନିସେକ୍ସ କଣ୍ଡୋମ ତିଆରି କରୁଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏହା ଲୋକଙ୍କ ଯୌନ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ । ୟୁନିସେକ୍ସ କଣ୍ଡୋମ ଉଭୟ ପୁରୁଷ ଏବଂ ମହିଳାଙ୍କୁ ଉପକୃତ କରିବ । ୟୁନିସେକ୍ସ କଣ୍ଡୋମ ଗୋଟିଏ ପାର୍ଶ୍ୱରେ ଚିପିହୋଇ ରହିଥାଏ ।

ଟ୍ୱିନ୍ କାଟାଲାଇଷ୍ଟ ଫର୍ମର ସ୍ତ୍ରୀ ରୋଗ ବିଶେଷଜ୍ଞ ଜନ୍ ଟାଙ୍ଗ୍ ଇନ୍ ଚିନ୍ କହିଛନ୍ତି ଯେ ୟୁନିସେକ୍ସ କଣ୍ଡୋମ ଅନ୍ୟ ନିୟମିତ କଣ୍ଡୋମ ସହିତ ସମାନ । କେବଳ ଏହାକୁ ଉଭୟ ପୁରୁଷ ଏବଂ ମହିଳା ବ୍ୟବହାର କରିପାରିବେ । ନିୟମିତ କଣ୍ଡୋମ ଅପେକ୍ଷା ୟୁନିସେକ୍ସ କଣ୍ଡୋମର ଅଧିକ ସୁରକ୍ଷା ଅଛି । ଏଠାରେ ସୂଚନା ଥାଉକି, ଯେ ୱୋଣ୍ଡାଲିଫ୍ ୟୁନିସେକ୍ସ କଣ୍ଡୋମର ପ୍ରତ୍ୟେକ ପ୍ୟାକେଟରେ ଦୁଇଟି କଣ୍ଡୋମ ରହିବ ଏବଂ ଏହାର ମୂଲ୍ୟ ୧୪.୯୯ ରିଙ୍ଗଗିଟ୍ ଅର୍ଥାତ୍ ପ୍ରାୟ ୨୭୦ ଟଙ୍କା ହେବ ।

ସ୍ତ୍ରୀ ରୋଗ ବିଶେଷଜ୍ଞ ଜନ୍ ଟାଙ୍ଗ୍ ଇନ୍ ଚିନ୍ କହିଛନ୍ତି ଯେ ଅନେକ ରାଉଣ୍ଡ କ୍ଲିନିକାଲ୍ ଅନୁସନ୍ଧାନ ଏବଂ ପରୀକ୍ଷଣ ପରେ ୟୁନିସେକ୍ସ କଣ୍ଡୋମ ପ୍ରସ୍ତୁତ କରାଯାଇଛି । ଡିସେମ୍ବରରୁ ଫର୍ମର ୱେବସାଇଟରେ କ୍ରୟ ପାଇଁ ୟୁନିସେକ୍ସ କଣ୍ଡୋମ ଉପଲବ୍ଧ ହେବ ।