୩ଟି ଦେଶୀ ବନ୍ଧୁକ, ୫୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ ସହ ୩ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

୩ଟି ଦେଶୀ ବନ୍ଧୁକ, ୫୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ ସହ ୩ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ପୂଜା ପୂର୍ବରୁ ସକ୍ରିୟ ରାଉରକେଲା ପୋଲିସ । କାବୁ କରୁଛି ଅପରାଧୀଙ୍କୁ। ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୩ଟି ଦେଶୀ ବନ୍ଧୁକ, ୫୫ ରାଉଣ୍ଡ ଜୀବନ୍ତ ଗୁଳି, ୪ଟି ଅଫୁଟା ବୋମା, ମୋବାଇଲ, ଗୋଟିଏ କାର୍, ଦୁଇଟି ଚୋରା ବାଇକ୍ ସହ ୫୦ ହଜାର ନଗଦ ଟଙ୍କା ଜବତ କରିଛି।ଗିରଫ ୩ ଅଭିଯୁକ୍ତ ହେଲେ ବଣ୍ଟି ମହାନ୍ତି, ରୋନି ସ୍ବାଇଁ ଓ ଅମିତ ସାହୁ। ଏହି ୩ ଅଭିଯୁକ୍ତ ଗଞ୍ଜେଇ ବେପାର କରି ଚୋରା ପିସ୍ତଲ କିଣିଥିଲେ । ବାଇକ୍ ଚୋରି କରି ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଧମକ ଦେଇ ଦାଦାବଟି ଆଦାୟ କରୁଥିବା ନେଇ ରାଉରକେଲା ପୋଲିସ ପାଖରେ ଲିଖିତ ଅଭିଯୋଗ ହୋଇଥିଲା । ରାଉରକେଲା ପୋଲିସର ଏକ ସ୍ବତନ୍ତ୍ର ଟିମ୍ ନାଇଟ୍ ପାଟ୍ରୋଲିଂ ସମୟରେ ଜଲଡା ଅଂଚଳରୁ ଏହି ୩ ଅଭିଯୁକ୍ତ ଗିରଫ କରିଛି । ୩ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ଡକାୟତି, ରାହାଜାନି, ଲୁଟ୍ ଭଳି ସଙ୍ଗୀନ ମାମଲା ବିଭିନ୍ନ ଥାନାରେ ରହିଛି । ଏହି ତିନି ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧିବା ପରେ କୋର୍ଟ ଚାଲାଣ ମଧ୍ୟ କରିଛି । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି।