ଟାଇଗର ଶ୍ରଫଙ୍କ ଫିଟନେସ୍ ଟ୍ରେନର୍ କୈଜାଦ୍ କାପାଡିଆଙ୍କ ଦେହାନ୍ତ: ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଦେଲେ ଅଭିନେତା

ଟାଇଗର ଶ୍ରଫଙ୍କ ଫିଟନେସ୍ ଟ୍ରେନର୍ କୈଜାଦ୍ କାପାଡିଆଙ୍କ ଦେହାନ୍ତ: ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଦେଲେ ଅଭିନେତା
ଟାଇଗର ଶ୍ରଫଙ୍କ ଫିଟନେସ୍ ଟ୍ରେନର୍ କୈଜାଦ୍ କାପାଡିଆଙ୍କ ଦେହାନ୍ତ: ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଦେଲେ ଅଭିନେତା

ମୁମ୍ବାଇ ୧୩/୧୦ : ସେଲିବ୍ରିଟି ଫିଟନେସ୍ ପ୍ରଶିକ୍ଷକ କୈଜାଦ୍ କାପାଡିଆଙ୍କ ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ସୋସିଆଲ ମିଡିଆରେ ଟାଇଗର ଶ୍ରଫ ତାଙ୍କ ଫିଟନେସ ପ୍ରଶିକ୍ଷକ କୈଜାଦଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି। ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ତାଙ୍କ ମୃତ୍ୟୁକୁ ଫିଟନେସ ଇଣ୍ଡଷ୍ଟ୍ରି ପାଇଁ ଏକ ବଡ କ୍ଷତି ବୋଲି କୁହାଯାଉଛି। ଅନେକ ସେଲିବ୍ରିଟିଙ୍କୁ ଫିଟ୍ କରିଥିବା କୈଜାଦଙ୍କ ମୃତ୍ୟୁରେ ଟାଇଗରଙ୍କ ମା ଆୟେଶା ଶ୍ରଫ୍, ସିଦ୍ଧାନ୍ତ କପୁରଙ୍କ ସମେତ ଅନେକ ସେଲିବ୍ରିଟି ଦୁଃଖ ପ୍ରକାଶ କରି ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି।

ଟାଇଗର ଶ୍ରଫ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ କୈଜାଦଙ୍କ ଫଟୋ ସେୟାର କରି ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଫିଟନେସ୍ ବିଷୟରେ କ୍ୟାପସନ୍ ମଧ୍ୟ ଲେଖିଛନ୍ତି। ଟାଇଗର ଲେଖିଛନ୍ତି ‘ରେଷ୍ଟ ଇନ ପାୱାର କୈଜାଦ୍ ସାର୍’। ଏହା ସହିତ ସେ ହାର୍ଟ ଇମୋଜି ସେୟାର କରି ନିଜ ଭାବନାକୁ ପ୍ରକାଶ କରିଛନ୍ତି।

ଏଥି ସହିତ ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭୟାନି କୈଜାଦ କାପଡିଆଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଲେଖିଛନ୍ତି, ‘ଫିଟନେସ୍ ଇଣ୍ଡଷ୍ଟ୍ରିର ତାରକା, ଯିଏ ଅନେକ ଲୋକଙ୍କ ଜୀବନ ବଦଳାଇ ଦେଇଛନ୍ତି ସେ ଆମକୁ ଛାଡି ଚାଲିଯାଇଛନ୍ତି।’

ମୁମ୍ବାଇରେ ଫିଟନେସ୍ ଏକାଡେମୀ ଚଳାଉଥିବା କୈଜାଦ ଟାଇଗର ଶ୍ରଫଙ୍କ ଫିଟନେସରେ ପ୍ରମୁଖ ଯୋଗଦାନ ଦେଇଛନ୍ତି। ମିଡ୍ ଡେକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଥିଲେ ଯେ ‘ଜଣେ ସେଲିବ୍ରିଟି ଟ୍ରେନର ହେବା ସହଜ ନୁହେଁ। ଅନେକ ପ୍ରକାରର ଆହ୍ୱାନର ସାମ୍ନା କରିବାକୁ ପଡିଥାଏ। ମୁଁ ନିଜକୁ ଜଣେ ସେଲିବ୍ରିଟି ଟ୍ରେନର ଭାବେ ଗ୍ରହଣ କରେ ନାହିଁ। ମୁଁ ମୋ ଏକାଡେମୀରେ ଲେଖିଛି ଯେ ଜଣେ ସେଲିବ୍ରିଟି ଟ୍ରେନର ହେବାକୁ ଇଚ୍ଛା ରଖନ୍ତୁ ନାହିଁ ବରଂ ଜଣେ ପ୍ରଶିକ୍ଷକ ହେବାକୁ ଇଚ୍ଛା କରନ୍ତୁ। ସେ ନିଜେ ଜଣେ ସେଲିବ୍ରିଟି। ଯିଏ ଫି ପ୍ରଦାନ କରେ ମୋ ପାଇଁ ଜଣେ ସେଲିବ୍ରିଟି।