ଦିନକରେ ୫୮୫ କରୋନା ସଂକ୍ରମିତ ଚିହ୍ନଟ, ୫ ମୃତ

ଦିନକରେ ୫୮୫ କରୋନା ସଂକ୍ରମିତ ଚିହ୍ନଟ, ୫ ମୃତ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ଓ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ସଂକ୍ରମଣ ହାର ତଳମୁହାଁ ହୋଇଥିବା ବେଳେ ଚିନ୍ତା ବଢାଇଛି ଶିଶୁ ସଂକ୍ରମଣ । ଆଜି ଚିହ୍ନଟ ହୋଇଥିବା ୫୮୫ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ ୯୬ ଜଣ ଶିଶୁ ସଂକ୍ରମିତ ରହିଛନ୍ତି। ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୪୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରୁ ଚିହ୍ନଟ ହୋଇଥିବା ବେଳେ ବାକି ୨୪୩ ଟି ଲୋକାଲ୍ କେସ୍ ରହିଛି । ଆଜି ମଧ୍ୟ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୨୦୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି ।