ରାଜ୍ୟରେ ୨୪ ଘଣ୍ଟାରେ ୪୭୮ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୪୭୮ କରୋନା ପଜିଟିଭ ଚିହ୍ନଟ

ଦେଶରୁ ଧୀରେ ଧୀରେ ହ୍ରାସ ପାଉଛି କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୭୮ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୨୬ହଜାର ୯୫୩ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୭୮ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୯୯ଟି ଲୋକାଲ କେସ ରହିଛି । ସେହିପରି ୧୮ ବର୍ଷରୁ କମ ବୟସର ୭୪ ଜଣ ଆକ୍ରାନ୍ତ ରହିଛନ୍ତି। ଏହାସହ ଆଜି ଦେଶରୁ ୨୪ ଘଣ୍ଟାରେ ୨୩ ହଜାର ୯୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ଆଜି ୨୫ ହଜାର ୪୫୬ ଜଣ ସୁସ୍ଥ ହୋଇଛନ୍ତି। ଏହାସହ ଆଜି ସାରା ଦେଶରେ ୨୩୩ ଲୋକଙ୍କର ଜୀବନ ନେଇଛି କରୋନା।