ରାଜ୍ଯରେ ଗତ ୨୪ ଘଣ୍ଟାରେ ଆଉ ୮୮୬ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ଯରେ ଗତ ୨୪ ଘଣ୍ଟାରେ ଆଉ ୮୮୬ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ଯରେ ଗତ ୨୪ ଘଣ୍ଟାରେ ଆଉ ୮୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ୧୬ ଜଣଙ୍କ ଜୀବନ ଯାଇଛି । ବହୁତ ଦିନ ପରେ କରୋନା ଆକ୍ରାନ୍ତ ମାମଲାରେ ଦ୍ଵିତୀୟ ସ୍ଥାନକୁ ଖସିଛି ଖୋର୍ଦ୍ଧା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୮ରୁ କମ ବୟସର ୧୬୯ ଜଣ ରହିଛନ୍ତି। ସେହିପରି ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୧୬ ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୩୭୦ ଜଣ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସମ୍ବଲପୁରରୁ ସର୍ବାଧିକ ୧୭୯ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୮୬, କୋରାପୁଟରୁ ୬୬, କଟକରୁ ୪୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।