ରାସ୍ତା ତଳକୁ ଖସିପଡିଲା ଆଳୁ ବୋଝେଇ ଟ୍ରକ୍, ଆଳୁ ବସ୍ତା ବୋହିନେଲେ ଲୋକେ

ରାସ୍ତା ତଳକୁ ଖସିପଡିଲା ଆଳୁ ବୋଝେଇ ଟ୍ରକ୍, ଆଳୁ ବସ୍ତା ବୋହିନେଲେ ଲୋକେ
ରାସ୍ତା ତଳକୁ ଖସିପଡିଲା ଆଳୁ ବୋଝେଇ ଟ୍ରକ୍, ଆଳୁ ବସ୍ତା ବୋହିନେଲେ ଲୋକେ

ଭଦ୍ରକ ୧୪।୧୨: ରାସ୍ତା ତଳକୁ ଖସିପଡ଼ିଲା ଆଳୁ ବୋଝେଇ ଟ୍ରକ୍ । ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ଜଣାପଡିଛି । ଅନ୍ୟପଟେ ଲୋକେ ଆଳୁ ବୋହି ନେଇଥିବା ଦେଖିବାକୁ ମିଳିଛି ।

 

ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀଠାରେ ଘଟିଛି ଦୁର୍ଘଟଣା ।  ପାଳଦାବାଙ୍କ ନିକଟରେ ଭଦ୍ରକରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଆଳୁ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଛି । ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବାରୁ ପୋଲ ନିକଟରେ ତଳକୁ ଖସି ପଡିଛି । ତେବେ ଟ୍ରକ ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବାବେଳେ ଲୋକେ ଆଳୁ ବସ୍ତା ବୋହିନେଇଥିବା ଦେଖିବାକୁ ମିଳିଛି ।