ୟୁକ୍ରେନ୍ ମାୟକୋଲାଇବର ଗଭର୍ଣ୍ଣର ଅଫିସ୍ ଉପରେ ଋଷର ରକେଟ୍ ମାଡ଼; ମୃତ୍ୟୁ ସଂଖ୍ୟା ୩୩କୁ ବୃଦ୍ଧି, ୩୪ ଆହତ

ୟୁକ୍ରେନ୍ ମାୟକୋଲାଇବର ଗଭର୍ଣ୍ଣର ଅଫିସ୍ ଉପରେ ଋଷର ରକେଟ୍ ମାଡ଼; ମୃତ୍ୟୁ ସଂଖ୍ୟା ୩୩କୁ ବୃଦ୍ଧି, ୩୪ ଆହତ

କିଭ୍: ଦକ୍ଷିଣ ୟୁକ୍ରେନର ପୋର୍ଟ ସିଟି ମାୟକୋଲାଇବରେ ଥିବା ୟୁକ୍ରେନ୍‌ର ଆଞ୍ଚଳିକ ପ୍ରଶାସନ ବିଭାଗ ବିଲ୍‌ଡିଂରେ ଋଷ ରକେଟ୍ ମାଡ଼ ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇଛି। ମୋଟ ମୃତ୍ୟୁ ସଂଖ୍ୟା ୩୩କୁ ବୃଦ୍ଧି ପାଇଥିବା ବେଳେ ୩୪ ଜଣ ଆହତ ହୋଇଛନ୍ତି। ଏନେଇ ଶନିବାର ୟୁକ୍ରେନ୍ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ବିଲ୍‌ଡିଂ ଟି ୟୁକ୍ରେନ୍ ମାୟକୋଲାଇବର ଗଭର୍ଣ୍ଣର ଭିଟାଲି କିମଙ୍କର ସରକାରୀ କାର୍ଯ୍ୟାଳୟ ଥିଲା। ମଙ୍ଗଳବାର ଏଥିରେ ଋଷ ଆକ୍ରମଣ କରିବା ପରେ ତୁରନ୍ତ ଘଟଣା ସ୍ଥଳକୁ ଉଦ୍ଧାରକାରୀ ଦଳ ପଠାଯାଇଥିଲା। ସେବେଠାରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ତେବେ ବଡ଼ କଥା ହେଲା ଋଷର ଆକ୍ରମଣ ସମୟରେ ଗଭର୍ଣ୍ଣ କିନ୍ତୁ ଉକ୍ତ ବିଲ୍‌ଡିଂରେ ନଥିଲେ।

ବୁଚା ସହରର ଗୋଟିଏ ରାସ୍ତାରେ ୨୦ ଜଣ ସାଧାରଣ ନାଗରିକଙ୍କ ମୃତଦେହ ଉଦ୍ଧାର

ଏହାପରେ ସେ ସେଠାକୁ ଯାଇ ବିଲ୍‌ଡିଂର ଫଟୋ ସୋସିଆଲ୍ ମିଡିଆରେ ଶେୟାର କରିଥିଲେ। ୟୁକ୍ରେନର ସର୍ବବୃହତ ବନ୍ଦର ଓଡେସାକୁ ଯିବା ପାଇଁ ମାୟକୋଲାଇବ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ଏଠାରୁ ରଣନୀତି ପ୍ରସ୍ତୁତ କରିବା ମଧ୍ୟ ସହାୟକ। ଋଷ କିନ୍ତୁ ଏହି ସହରକୁ ସିଲ୍ କରିବା ସହିତ ଏଠାରେ ଆକ୍ରମଣ ଜାରି ରଖିଛି।

ସେପଟେ କିଭ୍‌ର ବୁଚ୍ଚା ଟାଉନକୁ ଋଷ ସେନା କବଳରୁ ଛଡ଼ାଇ ଆଣିଛନ୍ତି ୟୁକ୍ରେନ୍ ସୈନିକ। ହେଲେ ଯିବା ପୂର୍ବରୁ ଧ୍ୱଂଶର ଯେଉଁ ତାଣ୍ଡବ ରଚିଛି ଋଷ, ତାକୁ ଦେଖିଲେ ଛାତି ଥରିଉଠିବ। ବୁଚା ସହରର ଗୋଟିଏ ରାସ୍ତାରେ ୨୦ ଜଣ ସାଧାରଣ ନାଗରିକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନଙ୍କ ମଧ୍ୟରେ କାହା ମୁଣ୍ଡରେ ବଡ଼ ଆଘାତ ହୋଇଛି ତ ଆଉ ଶରୀରେ ମାଂସ ଚାଲିଯାଇଛି।