ବଲିଉଡର ଭେଟେରାନ ନିର୍ମାତା ବିଜୟ ଗଲାନୀଙ୍କ ଦେହାନ୍ତ

ବଲିଉଡର ଭେଟେରାନ ନିର୍ମାତା ବିଜୟ ଗଲାନୀଙ୍କ ଦେହାନ୍ତ

ବଲିଉଡର ଭେଟେରାନ ନିର୍ମାତା ବିଜୟ ଗଲାନୀଙ୍କ ଦେହାନ୍ତ ହୋଇଛି । ୫୦ ବର୍ଷ ବୟସରେ ସେ ଲଣ୍ଡନର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବିଜୟ ଗଲାନି ଦୀର୍ଘ ସମୟ ଧରି କର୍କଟ ରୋଗରେ ପୀଡିତ ଥିଲେ ଏବଂ ଲଣ୍ଡନରେ ଚିକିତ୍ସିତ ହେଉଥିଲେ ।

ବିଜୟ ଗଲାନୀଙ୍କ ମୃତ୍ୟୁକୁ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଚଳଚ୍ଚିତ୍ର ନିର୍ମାତା ରମେଶ ତୌରାନୀଙ୍କ ଦ୍ୱାରା ନିଶ୍ଚିତ କରାଯାଇଛି । ବିଜୟ ଗଲାନୀଙ୍କ ଦେହାନ୍ତ ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ପୁଣି ଥରେ ଶୋକର ଲହରୀ ଖେଳିଯାଇଛି ।

ସୂଚନା ଥାଉକି ଯେ, ବିଜୟ ଗଲାନି ଜଣେ ପ୍ରସିଦ୍ଧ ତଥା ପ୍ରତିଭାବାନ ନିର୍ମାତା ଥିଲେ, ଯିଏ ଅନେକ ବଲିଉଡ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ତେବେ ସେ ବଲିଉଡକୁ ଅନେକ ଫିଲ୍ମ ଦେଇଛନ୍ତି । ସେ ସଲମାନ ଖାନଙ୍କ 'ବୀର' ଏବଂ ଅକ୍ଷୟ କୁମାର-କରୀନା କପୁରଙ୍କ ଅଭିନୀତ 'ଅଜନବି' ଏବଂ 'ବଚକେ ରେହନା ରେ ବାବା', 'ସୂର୍ଯ୍ୟବଂଶୀ' ପାଇଁ ସେ ବେଶ୍ ଜଣାଶୁଣା ଥିଲେ । ନିର୍ମାତା ବିଜୟ ଗଲାନି ସଲମାନ ଖାନ, ଅକ୍ଷୟ କୁମାରଙ୍କ ସମେତ ବଲିଉଡର ଅନେକ ଭେଟେରାନ ନିର୍ମାତା ଏବଂ ତାରକାଙ୍କ ସହ କାମ କରିଛନ୍ତି । ସେ ଗୋବିନ୍ଦା, ମନୀଷା କୋଇରାଲାଙ୍କ ଫିଲ୍ମ 'ଅଚାନକ'କୁ ମଧ୍ୟ ପ୍ରସ୍ତୁତ କରିଛନ୍ତି । ପ୍ରକାଶ ଥାଉକି, ଶେଷ ଥର ପାଇଁ ବିଜୟ ଗଲାନି ବିଦ୍ୟୁତ ଜାମୱାଲ ଏବଂ ଶ୍ରୁତି ହାସନଙ୍କ ଫିଲ୍ମ 'ଦି ପାୱାର'କୁ ୨୦୨୧ ମସିହାରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା ।