ଲଗାତର ୬ ଦିନରେ ଚାଲି ପାରିଲାନି ଗୃହ ଅପରାହ୍ନ ୪ ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଲେ ବାଚସ୍ପତି

ଲଗାତର ୬ ଦିନରେ ଚାଲି ପାରିଲାନି ଗୃହ ଅପରାହ୍ନ ୪ ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଲେ ବାଚସ୍ପତି

ଶୀତ ଅଧିବେଶନ ମଧ୍ୟ ମମିତା ହତ୍ୟାକାଣ୍ଡ ଓ ଅନ୍ୟାନ୍ୟ ଗୃହରେ ଅଚଳାବସ୍ଥା ଲାଗି ରହିଛି। ଆଜି ମଧ୍ୟ କଂଗ୍ରେସ ବିଧାୟକମାନେ ହୋ ହଲ୍ଲା କରିବା ସହିତ ପ୍ଲାକାର୍ଡ ପ୍ରଦର୍ଶନ ଘଣ୍ଟା ଘଣ୍ଟି ବଜାଇ ଗୃହକାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକାର୍ଯ୍ୟ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଆଜିକୁ ମିଶାଇ ଲଗାତର ୬ ଦିନ ହେଲା ଗୃହ ସ୍ୱାଭାବିକ ଭାବରେ ଚାଲିପାରୁନାହିଁ। ଆଜିଠାରୁ ଅତିରିକ୍ତ ବଜେଟ ଖର୍ଚ୍ଚଦାବି ଉପରେ ଆଲୋଚନା ସହିତ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ସକାଳେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ସଦସ୍ୟମାନେ ପୋଷ୍ଟର ଓ ପ୍ଲାକାର୍ଡ ଧରି ହୋ ହଲ୍ଲା ଆରମ୍ଭ କରିଦେଇଥିଲେ। ଏପରିକି ସେମାନେ ବାଚସ୍ପତିଙ୍କ ଆସନ ପଛପଟେ ଘେରିରହି ବିଭିନ୍ନ ସ୍ଲୋଗାନ ଦେଇଥିଲେ। ବାଚସ୍ପତିଙ୍କ ବାରମ୍ବାର ନିବେଦନ ସତ୍ତ୍ଵେ ପରିସ୍ଥିତି ନସୁଧୁରିବାରୁ ଗୃହକାର୍ଯ୍ୟ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ତେବେ ଲଗାତାର ଏଭଳି ଗୃହ ବନ୍ଦ ରହିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରୁଛି।