ମୁହଁ ଖୋଲିଲେ ଭଦ୍ରକ ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ସମ୍ପାଦିକା, ଜିଲ୍ଲା କମିଟି ଉପରେ ଉଠାଇଲେ ପ୍ରଶ୍ନ
ଭଦ୍ରକ,୨୮/୦୮: ମୁହଁ ଖୋଲିଲେ ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ସମ୍ପାଦିକା । ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାରେ କେବଳ ସଭାପତି ଚୟନ ହୋଇଥିବା ବେଳେ ଏବେ ମନମୁଖୀ କାର୍ଯ୍ୟ ଜାରି ରହିଛି ବୋଲି ସେ ସଙ୍ଗୀନ ଅଭିଯୋଗ କରିଛନ୍ତି ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ସମ୍ପାଦିକା ନବନିତା ନାୟକ ।
ସୂଚନାନୁସାରେ, ସୋସିଆଲ ମିଡିଆରେ ନିଜ ପୋଷ୍ଟ ଓ ରାଜ୍ୟ ସଭାପତି ଜନୈକ କର୍ମୀଙ୍କ ଘରେ ଭୋଜନକୁ ବିରୋଧ କରିବା ସହ ଦଳରୁ ଇସ୍ତଫା ଦେଇଥିଲେ ନବନିତା । ତେବେ ପରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ତାଙ୍କୁ ଦଳରୁ ଅବ୍ୟାହତି ଦିଆଯାଇଥିବା କହିବା ସହ ଅନ୍ୟଜଣଙ୍କୁ ସେହି ପଦବୀ ଦିଆଯାଇଥିଲା ।
ଏବେ ନବନିତା ପ୍ରଶ୍ନ କରିଛନ୍ତି ଯେ ମହିଳା ମୋର୍ଚ୍ଚାର ସଭାପତିଙ୍କ ବ୍ୟତୀତ ଅନ୍ୟ କୌଣସି କର୍ମକର୍ତ୍ତା ଚୟନ ହୋଇ ନଥିବା ବେଳେ ଜିଲ୍ଲା ମହିଳା ମୋର୍ଚ୍ଚା କେମିତି ପଦବୀ ବଣ୍ଟନ କରିଛି । ତେବେ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରାଯାଇଛି କି ନାହିଁ ସେ ନେଇ ମଧ୍ୟ ତାଙ୍କୁ ଅବଗତ କରାଯାଇନଥିବା ବେଳେ ମନମୁଖୀ ଭାବେ କାର୍ଯ୍ୟକର୍ତ୍ତା ଚୟନ ହୋଇଥିବା ନେଇ ସେ ଅଭିଯୋଗ ଆଣିଛନ୍ତି । ଏନେଇ ରାଜ୍ୟ ତରଫରୁ ମହିଳା ମୋର୍ଚ୍ଚାକୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଦିଆଯାଇଥିବା କହିଛନ୍ତି । ସେ ଦଳୀୟ ଶୃଙ୍ଖଳା ଭାଙ୍ଗି ନଥିବା ବେଳେ ତାଙ୍କୁ ମିଛରେ ବଦନାମ କରାଯାଉଥିବା କହିଛନ୍ତି ନବନିତା ।
Comments (0)