ଜିଲ୍ଲାପାଳଙ୍କ ପ୍ରୋଫାଇଲ ଫଟୋ ବ୍ୟବହାର କରି ମାଗୁଛନ୍ତି ଟଙ୍କା, ମିଥ୍ୟା ସୂଚନାରୁ ନିବୃତ୍ତ ରହିବାକୁ ପରାମର୍ଶ

ଜିଲ୍ଲାପାଳଙ୍କ ପ୍ରୋଫାଇଲ ଫଟୋ ବ୍ୟବହାର କରି ମାଗୁଛନ୍ତି ଟଙ୍କା, ମିଥ୍ୟା ସୂଚନାରୁ ନିବୃତ୍ତ ରହିବାକୁ ପରାମର୍ଶ
ଜିଲ୍ଲାପାଳଙ୍କ ପ୍ରୋଫାଇଲ ଫଟୋ ବ୍ୟବହାର କରି ମାଗୁଛନ୍ତି ଟଙ୍କା, ମିଥ୍ୟା ସୂଚନାରୁ ନିବୃତ୍ତ ରହିବାକୁ ପରାମର୍ଶ

ବୌଦ୍ଧ ୩୦/୦୪: ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଫଟୋକୁ ପ୍ରୋଫାଇଲ ଫଟୋ ଭାବରେ ବ୍ୟବହାର କରି ହ୍ୱାଟସ୍ଆପ ନମ୍ବରରେ ବିଭିନ୍ନ ଅଧିକାରୀଙ୍କୁ ମେସଜ ପଠାଇ ଟଙ୍କା ମାଗିବା ଭଳି ଏକ ସମ୍ବେଦନଶୀଳ ଘଟଣା ଜିଲାରେ ଆଲୋଡନ ସୃଷ୍ଟି କରିଛି ।

ଜିଲାପାଳଙ୍କ ଫଟୋ ଥାଇ ଏକ ନମ୍ବରରୁ ଜିଲ୍ଲାର କିଛି ଅଧିକାରୀଙ୍କ ନିକଟକୁ ଟଙ୍କା ପଠାଇବାକୁ ମେସେଜ କରାଯାଇଥିଲା । ସଂପୃକ୍ତ ନମ୍ବରଟି ଜିଲ୍ଲାପାଳଙ୍କ ହୋଇନଥିବାବେଳେ କିଛି ଅଧିକାରୀ ସନ୍ଦେହରେ ଏନେଇ ସିଧାସଳଖ ଭାବେ ଜିଲାପାଳଙ୍କୁ ସୂଚନା ଦେଇଥିଲେ ।

ଅଧିକାରୀଙ୍କ ନିକଟରୁ ଏହି ସୂଚନା ପାଇବାପରେ ଜିଲାପାଳ ଶ୍ରୀମିଶ୍ର ନିଜ ବ୍ୟକ୍ତିଗତ ଫେସବୁକ ଓ ସମସ୍ତ ସରକାରୀ ଗୃପରେ ସରକାରୀ ଅଧିକାରୀମାନଙ୍କୁ ଏହିଭଳି ମିଥ୍ୟା ମେସେଜ ନେଇ ସତର୍କ ରହିବାକୁ ସୂଚନା ଦେଇଛନ୍ତି । ତେବେ ଅପରାଧିଙ୍କୁ ଧରିବାପାଇଁ ସାଇବର ସେଲର ସହଯୋଗ ନିଆଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି ।